ETV Bharat / city

ଯୁଜୁମରା ଷ୍ଟାଡିୟମରେ ନିର୍ମାଣରେ ବିଳମ୍ବ, ଖତ ଖାଉଛି ଲକ୍ଷାଧିକ ଟଙ୍କାର ଟର୍ପ - kalinga Stadium

ଦୀର୍ଘଦିନ ଧରି ନିର୍ମାଣଧିନ ଅବସ୍ଥାରେ ପଡି ରହିଛି ଷ୍ଟାଡିୟମ । ମନ୍ଥର ଗତିରେ ଷ୍ଟାଡିୟମ କାର୍ଯ୍ୟ ଚାଲୁଥିବାରୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଷ୍ଟାଡିୟମ ନିର୍ମାଣରେ ଅହେତୁକ ବିଳମ୍ବ, ଖତ ଖାଉଛି ଷ୍ଟାଡିୟମ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ଟର୍ପ

author img

By

Published : Jul 11, 2021, 8:07 AM IST

ସମ୍ବଲପୁର: ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଯୁଜୁମୁରା ବ୍ଲକ ଅଞ୍ଚଳରେ କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ଉଦ୍ୟମରେ 2018ରେ ଯୁଜୁମୁରା ରେ ଏକ ଅତ୍ୟାଧୁନିକ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 3 କୋଟି 60 ଲକ୍ଷ ଟଙ୍କାର ପାଣ୍ଠି ମଞ୍ଜୁର ହୋଇଥିଲା। ଏହାର ନିର୍ମାଣ ଦାୟିତ୍ବ ଦିଲ୍ଲୀର WAPCOS ନାମକ ଏକ ସଂସ୍ଥାକୁ ଦିଆଯାଇଥିଲା ।

ଯୁଜୁମରା ଷ୍ଟାଡିୟମରେ ନିର୍ମାଣରେ ବିଳମ୍ବ, ଖତ ଖାଉଛି ଲକ୍ଷାଧିକ ଟଙ୍କାର ଟର୍ପ

ଏହି ଅଞ୍ଚଳରେ ଭଲ ହକି ଖେଳାଳି ବାହାରୁ ଥିବାରୁ ଏହି ଷ୍ଟାଡିୟମ ହେଲେ ହକି ପ୍ରତିଭାଙ୍କ ଏକ ପ୍ଲାଟଫର୍ମ ଦେବ ବୋଲି ସ୍ଥାନୀୟ ଲୋକ ଆଶା ରଖିଥିଲେ । ତେବେ ତେବେ ଠିକା ସଂସ୍ଥାର ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ଷ୍ଟାଡିୟମ ନିର୍ମାଣ ହୋଇପାରିଲା ନାହିଁ । ଫଳରେ ଷ୍ଟାଡିୟମରେ ବିଛାଇବା ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ଆସିଥିବା ଟର୍ପ ଏବେ ଯୁଜୁମୁରା ବ୍ଲକ ଅଫିସ ସମ୍ମୁଖରେ 3 ବର୍ଷ ହେଲା ବ୍ୟବହାର ହୋଇନପାରି ଖତ ଖାଉଛି ।

ସୂଟନାନୁଯାୟୀ, 2018 ମସିହାରେ ହକି ବିଶ୍ୱକପ ଆୟୋଜନ ହେବା ପୂର୍ବରୁ ଏହି ଟର୍ପ ସବୁ ଯୁଜୁମୁରା ଷ୍ଟାଡିୟମରେ ବ୍ୟବହାର ହେବା ପାଇଁ ଆସିଥିଲା । ତେବେ ସେଗୁଡିକ ଆଜି ପର୍ଯ୍ୟନ୍ତ ବ୍ୟବହାର ହୋଇପାରିଲା ନାହିଁ । ଆଉ ବର୍ତ୍ତମାନ ଏହା ଏମିତି ଭାବେ ବ୍ଲକ ଅଫିସ ସମ୍ମୁଖରେ ପଡି ରହିଛି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପାଇଁ ଯଥା ଶୀଘ୍ର ଏହି ଷ୍ଟାଡିୟମକୁ ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.