ETV Bharat / city

ଗୁରୁଙ୍କ ଦୀର୍ଘ ଜୀବନ କାମନା କରି କିନ୍ନର ପାଳିଲେ ସାବିତ୍ରୀ ବ୍ରତ

author img

By

Published : May 30, 2022, 8:54 PM IST

ଆଜି ହେଉଛି ସାବିତ୍ରୀ ବ୍ରତ । ଭାରତୀୟ ପରମ୍ପରା ଅନୁସାରେ ମହିଳାମାନେ ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରନ୍ତି । ଅଧିକ ପଢ଼ନ୍ତୁ

ଗୁରୁଙ୍କ ଦୀର୍ଘ ଜୀବନ କାମନା କରି କିନ୍ନର ପାଳନ କଲେ ସାବିତ୍ରୀ ଓଷା

ସମ୍ବଲପୁର : ଆଜି ହେଉଛି ସାବିତ୍ରୀ ବ୍ରତ । ଭାରତୀୟ ପରମ୍ପରା ଅନୁସାରେ ମହିଳାମାନେ ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରନ୍ତି । ତେବେ ଆଜି ସମ୍ବଲପୁରରେ କିନ୍ନରମାନେ ନିଜ ଗୁରୁଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଛନ୍ତି । ସମ୍ବଲପୁର ଦାନୀ ପାଲିସ୍ଥିତ ବିଶ୍ୱ କାର୍ଯ୍ୟାଳୟରେ ସାବିତ୍ରୀ ବ୍ରତ ଅବସରରେ ସମ୍ବଲପୁର ସେବାକାରୀ କିନ୍ନର ଟ୍ରଷ୍ଟର କିନ୍ନରମାନେ ସାବିତ୍ରୀ ଓଷା ପାଳନ କରିଛନ୍ତି।

କିନ୍ନର ମାନେ ବିଦ୍ଧି ପୂର୍ବକ ଉପବାସ କରି ପାରମ୍ପରିକ ପୂଜାର୍ଚ୍ଚନା କରିବା ସହ ସାବିତ୍ରୀ ଓଷା ପାଳନ କରିଛନ୍ତି । ମୁଖ୍ୟତଃ ନିଜ ଗୁରୁଙ୍କ ଦୀର୍ଘାୟୁ କାମନା କରି ସେମାନେ ଏହି ଓଷା ପାଳନ କରିଥିବା କହିଛନ୍ତି । ଏଥିରେ ସମ୍ବଲପୁର ସେବାକାରୀ କିନ୍ନର ଟ୍ରଷ୍ଟର ସଭାନେତ୍ରୀ ତାନିଆ କିନ୍ନର ଓ ସମ୍ପାଦିକା ପ୍ରୀତି କିନ୍ନରଙ୍କ ସମେତ ବହୁ କିନ୍ନର ଏଥିରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.