ETV Bharat / city

ଦେବଝରଣ ଜଳପ୍ରପାତ ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ, ଲୋଡା ଉନ୍ନତିକରଣ - fascinated by deojharan waterfall

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସମ୍ବଲପୁର ସହର । ହେଲେ ଯୁଜୁମୁରାରେ ଥିବା ଦେବଝରଣ ଜଳପ୍ରପାତ ଆଜିବି ବିକାଶର ଆଢୁଆଳରେ । ପର୍ଯ୍ୟଟନସ୍ଥଳୀର ଟିକେ ପ୍ରଚାର ପ୍ରସାର କରାଯାଇ ରହିବା ଓ ଖାଇବା ପିଇବା ବ୍ୟବସ୍ଥା କରାଗଲେ ଏହି ପର୍ଯ୍ୟଟନସ୍ଥଳୀରେ ବଢିବ ପର୍ଯ୍ୟଟକଙ୍କ ସଂଖ୍ୟା। ଅଧିକ ପଢନ୍ତୁ...

ଅବହେଳିତ ପର୍ଯ୍ୟଟନ ସ୍ଥଳୀ ଦେଵଝରଣ ଜଳପ୍ରପାତ
ଅବହେଳିତ ପର୍ଯ୍ୟଟନ ସ୍ଥଳୀ ଦେଵଝରଣ ଜଳପ୍ରପାତ
author img

By

Published : Sep 29, 2021, 2:52 PM IST

ସମ୍ବଲପୁର : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସମ୍ବଲପୁର ସହର । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ନଦୀ,ଝରଣା, ଜଳପ୍ରପାତ,ବଣ, ଜଙ୍ଗଲର ପ୍ରାକୃତିକ ସବୁଜିମା ଭରି ରହିଛି। ତେବେ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହାକୁ ସେତିକି ପ୍ରସିଦ୍ଧି ମିଳିନି । ଏମିତି ଏକ ସ୍ଥାନ ହେଲା ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକରେ ଥିବା ଦେବ ଝରଣ ଜଳପ୍ରପାତ। ଏଠାରେ ପର୍ଯ୍ୟଟନର ସବୁ ଭିତ୍ତିଭୂମି ଥାଇ ମଧ୍ୟ ଏହାକୁ ପର୍ଯ୍ୟଟନ ସ୍ଥଳ ଭାବେ ଯେମିତି ଉନ୍ନତିକରଣ କରାଯିବା କଥା ତାହା ହୋଇପାରିନି।

ଅବହେଳିତ ପର୍ଯ୍ୟଟନ ସ୍ଥଳୀ ଦେଵଝରଣ ଜଳପ୍ରପାତ

ସମ୍ବଲପୁର ସହରରୁ ପ୍ରାୟ 35 କିଲୋମିଟର ଦୂରତାରେ ରହିଛି ଦେଵଝରଣ ଜଳପ୍ରପାତ। ଯୁଜୁମୁରା ଛକ ଠାରୁ ସମ୍ବଲପୁର କଟକ ରାଜରାସ୍ତାରୁ ମାତ୍ର 2 କିମି ଦୂରତାରେ ରହିଛି ଏହି ସୁନ୍ଦର ଜଳପ୍ରପାତ। ଘଞ୍ଚ ଅରଣ୍ୟ,ପ୍ରାକୃତିକ ସବୁଜିମା ମଧ୍ୟରେ କୁଳୁ କୁଳୁ ନାଦରେ ବହିଯାଉଛି ଏହି ଜଳ ପ୍ରପାତର ଝରଣା । ଜଳପ୍ରପାତର ଝର ଝର ଶବ୍ଦ ସହ କୁଳୁ କୁଳୁ ନାଦ ଓ ପଶୁପକ୍ଷୀଙ୍କୁ କଲରବ ଏଠାରେ ଏକଭିନ୍ନ ଅନୁଭୂତି ପ୍ରଦାନ କରୁଛି ।

ସେଇଥି ପାଇଁ ତ ଦୈନନ୍ଦିନ ଜୀବନରୁ ଟିକେ ଫୁରସତ ପାଇଁ ଏଠାକୁ ଧାଇଁ ଆସନ୍ତି ଲୋକେ । ତେବେ ଏଠାରେ ପର୍ଯ୍ୟଟନଙ୍କ ପାଇଁ ରହଣୀ, ରେଷ୍ଟୁରେଣ୍ଟ, ଶୌଚାଳୟ,ବୋଟିଂ ଓ ବ୍ୟାରିକେଟିଂ ବ୍ୟବସ୍ଥା ନାହିଁ । ଏ ପର୍ଯ୍ୟଟନ ସ୍ଥଳୀର ଟିକେ ପ୍ରଚାର ପ୍ରସାର କରାଗଲେ ଏହାର ଉନ୍ନତିକରଣ ହେବା ସହ ସ୍ଥାନୀୟ ଯୁବକ ମାନେ ମଧ୍ୟ ରୋଜଗାର ପାଇପାରିବେ ।

ଅନ୍ୟପଟେ ପୂର୍ବାପେକ୍ଷା ବର୍ତ୍ତମାନ ଏହି ସ୍ଥାନରେ ଅନେକ ପର୍ଯ୍ୟଟନ ଭିତ୍ତିକ ଉନ୍ନତି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟନର ବିକାଶ ପାଇଁ 94 ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ଏହାର 80 ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। ଏଠାରେ ଏକ ପାର୍କ ନିର୍ମାଣ ହୋଇଥିବା ବେଳେ 2 ଟି ଓ୍ବାଚ ଟାଓ୍ବାର କାର୍ଯ୍ୟ ହେଉଛି। ତେବେ ଏଠାରେ ଥିବା ଜଳଭଣ୍ଡାରରେ ଆଜି ପର୍ଯ୍ୟନ୍ତ ବୋଟିଂ ଓ ୱାଟର ସ୍ପୋର୍ଟର ବ୍ୟବସ୍ଥା ହୋଇପାରିନି।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.