ETV Bharat / city

ମହାନଗର ନିଗମ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ବିରୋଧୀ ଦଳର ନେତା

author img

By

Published : Oct 8, 2022, 10:28 PM IST

ମହାନଗର ନିଗମ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ସମ୍ବଲପୁର ସହରକୁ 2014 ବିଧାନସଭା ନିର୍ବାଚନ ପୂର୍ବରୁ ମହାନଗର ନିଗମର ମାନ୍ୟତା ଦେଲେ ସରକାର । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ମଧ୍ୟ ହେଲା । ତେବେ ଆଜି ପର୍ଯ୍ୟନ୍ତ ଏହି ମହାନଗର ନିଗମର ନିର୍ବାଚନ ହୋଇପାରିନି । ଏହାର ଫଳ ଭୋଗୁଛନ୍ତି ସମ୍ବଲପୁର ମହାନଗର ନିଗମବାସୀ । ତେବେ ଏନେଇ ବର୍ତ୍ତମାନ ମତ ରଖିଛନ୍ତି ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

Etv Bharat
Etv Bharat

ସମ୍ବଲପୁର: ସମ୍ବଲପୁର ସହରକୁ 2014 ବିଧାନସଭା ନିର୍ବାଚନ ପୂର୍ବରୁ ମହାନଗର ନିଗମର ମାନ୍ୟତା ଦେଲେ ସରକାର । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ମଧ୍ୟ ହେଲା । ତେବେ ଆଜି ପର୍ଯ୍ୟନ୍ତ ଏହି ମହାନଗର ନିଗମର ନିର୍ବାଚନ ହୋଇପାରିନି । ଏହାର ଫଳ ଭୋଗୁଛନ୍ତି ସମ୍ବଲପୁର ମହାନଗର ନିଗମବାସୀ। ତେବେ ଏନେଇ ବର୍ତ୍ତମାନ ମତ ରଖିଛନ୍ତି ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । କହିଛନ୍ତି ଯେ ସମ୍ବଲପୁର ମହାନଗର ନିଗମ ତଥା ରାଉରକେଲା ମହାନଗର ନିଗମର ପୌର ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ।

ମହାନଗର ନିଗମ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ବିରୋଧୀ ଦଳର ନେତା

ଏହାବି ପଢନ୍ତୁ Digital Dialogue: କୋଟିଆକୁ ନେଇ ଆମ ରାଜନେତାଙ୍କ କଣ ହେଲା ଆମେ ଜାଣିନାହୁଁ: ଗଦାଧର ପରିଡା

ସମ୍ବଲପୁର ଲୋକ ମୋତେ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ତେବେ ମୋତେ ୱାର୍ଡ ମେମ୍ବରର କାମ କରିବାକୁ ପଡୁଛି । ମୁଁ ବହୁତ ହଇରାଣ ହେଉଛି । ସମ୍ବଲପୁର ମହାନଗର ନିଗମ ନିର୍ବାଚନ ଅଟକି ରହିଥିବା ପ୍ରସଙ୍ଗରେ କିଛି ଏମିତି କିଛି କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । 2014 ବିଧାନସଭା ନିର୍ବାଚନ ପୂର୍ବରୁ ସମ୍ବଲପୁର ସହର ମହାନଗରର ମାନ୍ୟତା ପାଇ ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ପୌର ନିର୍ବାଚନ ହୋଇପାରିନି । ସମ୍ବଲପୁର ସହରରେ ବୁର୍ଲା, ହୀରାକୁଦ ସହର ସହ ମାନେଶ୍ୱର ଓ ଧନକାଉଡା ବ୍ଲକର 12 ଟି ପଞ୍ଚାୟତକୁ ନେଇ ମହାନଗର ଗଠନ ହୋଇଥିଲା । ଏହାକୁ 41 ଟି ୱାର୍ଡରେ ବିଭକ୍ତ କରାଯାଇଥିଲା । ତେବେ ବୁର୍ଲାର ଜଣେ ଅବସରପ୍ରାପ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀ ୱାର୍ଡ ପୁନର୍ଗଠନ ନେଇ ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାୟର କରିବା ପରେ ମହାନଗର ନିଗମ ନିର୍ବାଚନରେ ହାଇକୋର୍ଟ ରହିତାଦେଶ ଜାରି କରିଦେଲେ ।

ଏହାବି ପଢନ୍ତୁ -Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ

ଏହା ପରେ ନ୍ୟାୟପାଳିକାର ବ୍ୟବସ୍ଥା ଭିତରେ ମହାନଗର ନିଗମର ନିର୍ବାଚନ ଏମିତି ଛନ୍ଦି ହୋଇ ରହିଛି ଯେ ତାହା ଆଜି ପର୍ଯ୍ୟନ୍ତ 9 ବର୍ଷ ହେଲା ସମାଧାନ ହୋଇପାରିନି । ତେବେ ରାଜ୍ୟ ସରକାର ଚାହିଁଲେ ହାଇକୋର୍ଟରୁ ରହିତାଦେଶ ହଟିଯିବ ଓ ପୌର ନିର୍ବାଚନ ହୋଇପାରିବ । କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । ଏହିଭଳି ପରିସ୍ଥିତିରେ ମହାନଗରରେ ନୂତନ ଭାବେ ସାମିଲ ହୋଇଥିବା 12 ଟି ପଞ୍ଚାୟତ ର ଲୋକେ ଯେଉଁମାନେ ବ୍ଲକ ଅଧୀନରେ ଥିବା ବେଳେ ଯେଉଁସବୁ ସୁବିଧା ସୁଯୋଗ ପାଉଥିଲେ ସେମାନେ ମହାନଗର ନିଗମରେ ଥାଇ ମଧ୍ୟ ମଧ୍ୟ ସେତିକି ସୁବିଧା ସୁଯୋଗ ପାଇ ପାରୁନଥିବା ଅଭିଯୋଗ ହୋଇ ଆସୁଛି । ମୁଖ୍ୟତଃ ସହରରେ ଲାଇଟ ଓ ଡ୍ରେନେଜ ଓ ପାନୀୟ ଜଳର ଅବ୍ୟବସ୍ଥା ଲାଗି ରହୁଥିବା ଅଭିଯୋଗ ହୋଇ ଆସୁଛି ।

ଏହାବି ପଢନ୍ତୁ- ଚିତା ଟାସ୍କ ଫୋର୍ସ ଗଠନ କଲା କେନ୍ଦ୍ର ପରିବେଶ ଜଙ୍ଗଲ ମନ୍ତ୍ରଣାଳୟ

ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଯଥା ଶୀଘ୍ର ଖୋଲା ମନରେ ଆଗକୁ ଆସି ହାଇକୋର୍ଟର ରହିତାଦେଶ ଭେକେଟ କରିବାକୁ ପଦକ୍ଷେପ ନେଇ ଯଥା ଶୀଘ୍ର ନିର୍ବାଚନ କରାନ୍ତୁ ବୋଲି ବିରୋଧୀ ଦଳର ନେତା କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.