ETV Bharat / city

ପୋଲିସ ବିଭାଗ ସାଧାରଣ ଲୋକଙ୍କ ଆସ୍ଥା ହରାଇଛି: ସମୀର ମହାନ୍ତି

ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମ୍ବଲପୁର ଗସ୍ତରେ ରହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହି ସମୟରେ ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ସମୀର । ଅଧିକ ପଢ଼ନ୍ତୁ...

ପୋଲିସ ବିଭାଗ ସାଧାରଣ ଲୋକଙ୍କ ଆସ୍ଥା ହରାଇଛି: ସମୀର ମହାନ୍ତି
ପୋଲିସ ବିଭାଗ ସାଧାରଣ ଲୋକଙ୍କ ଆସ୍ଥା ହରାଇଛି: ସମୀର ମହାନ୍ତି
author img

By

Published : Oct 21, 2021, 10:07 PM IST

ସମ୍ବଲପୁର: ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମ୍ବଲପୁର ଗସ୍ତରେ ରହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହି ସମୟରେ ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ସମୀର । ଏହାପୂର୍ବରୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ମମିତା ମେହେର ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ କଥା ଉଠାଇଥିଲେ ।

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସମୀର ମହାନ୍ତି କହିଛନ୍ତି ଯେ, "ଘଟଣା ପରେ ପୋଲିସ ବିଭାଗ ସାଧାରଣ ଲୋକଙ୍କ ଆସ୍ଥା ହରାଇଛି । ଏହିଭଳି ଘଟଣା ନିଜକୁ ଲଜ୍ଜିତ କରୁଛି । କେବଳ ଏହି ଘଟଣା ନୁହେଁ ନିରନ୍ତର ଭାବେ ଏହିଭଳି ଗୋଟିଏ ପରେ ଗୋଟିଏ ଘଟଣାରେ ଶାସକ ଦଳର ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ହେଲେ ରାଜ୍ୟ ସରକାର କୌଣସି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ରାଜ୍ୟ ପୋଲିସ ଏହି ଘଟଣାର ନିରପେକ୍ଷ ତଦନ୍ତ କରିପାରିବ ନାହିଁ ତେଣୁ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ।"

ପୋଲିସ ବିଭାଗ ସାଧାରଣ ଲୋକଙ୍କ ଆସ୍ଥା ହରାଇଛି: ସମୀର ମହାନ୍ତି
ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଟୀକାକରଣ କେନ୍ଦ୍ର ପରିଦର୍ଶନ ପାଇଁ ସମ୍ବଲପୁର ଆସିଥିଲେ । ଦେଶରେ 100 କୋଟି ଡୋଜ କୋଭିଡ ଟିକାକରଣ ହୋଇଛି । ଏହି ଅବସରରେ ସେ ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି । ତାଙ୍କ ସହ ଅନ୍ୟ ବିଜେପି ନେତାବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.