ETV Bharat / city

ସମ୍ପନ୍ନ ହେଲା ହନୁମାନ ନିଉତା, ଆଜି ଦେବ ଦମ୍ପତିଙ୍କ ବିବାହ - ଆଜି ଦେବ ଦମ୍ପତ୍ତିଙ୍କ ବିବାହ

ଆଜି ହେବ ଦେବ ଦମ୍ପତିଙ୍କ ବିବାହ । ଶୁକ୍ରବାର ରାତିରେ ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ସମ୍ପନ୍ନ ହୋଇଛି। ଅଧିକ ପଢନ୍ତୁ

ସମ୍ପନ୍ନ ହେଲା ହନୁମାନ ନିଉତା,ଆଜି ଦେବ ଦମ୍ପତ୍ତିଙ୍କ ବିବାହ

author img

By

Published : Jun 4, 2022, 8:40 AM IST

Updated : Jun 4, 2022, 12:56 PM IST

ସମ୍ବଲପୁର: ଶୀତଳଷଷ୍ଠୀ ଯାତ୍ରା ପାଇଁ ଉତ୍ସବମୁଖର ସମ୍ବଲପୁର ସହର । ଆଜି ହେବ ଦେବ ଦମ୍ପତ୍ତିଙ୍କ ବିବାହ । ରାତି ପ୍ରାୟ ସାଢ଼େ 10ଟା ପରେ ପାରମ୍ପରିକ ପୂଜାର୍ଚ୍ଚନା ଓ ମହା ଆଳତୀ ପରେ ଭୋଳାନାଥ ମହାଦେବ ବରଯାତ୍ରୀ ଶୋଭଯାତ୍ରାରେ ବାହାରିବେ । ଆଉ ଏହି ବରଯାତ୍ରୀ ଶୋଭଯାତ୍ରାରେ ସାମିଲ ହେବେ ସୁର,ଅସୁର,ଦେବତା,ନର,ନାରୀ,କିନ୍ନର,ଭୂତ, ପ୍ରେତ ସମସ୍ତେ । ତେବେ ଏହା ପୂର୍ବରୁ ଦେବ ଦମ୍ପତିଙ୍କ ଏହି ଦେବ ବିବାହରେ ଦେବତା ମାନଙ୍କୁ ନିମନ୍ତ୍ରଣ କରିବାକୁ ବାହାରିଥିଲେ ଭାଗବାନ ହନୁମାନ।

ସମ୍ପନ୍ନ ହେଲା ହନୁମାନ ନିଉତା, ଆଜି ଦେବ ଦମ୍ପତିଙ୍କ ବିବାହ

ଶୁକ୍ରବାର ରାତିରେ ହନୁମାନ ପାରମ୍ପାରିକ ପୂଜାର୍ଚ୍ଚନା ଓ ମହାଆଳତୀ ପରେ ଦିବ୍ୟ ବିମାନରେ ଅରୁଢ଼ ହୋଇ ବାହାରିଥିଲେ ଦେବା ଦେବୀଙ୍କୁ ନିମନ୍ତ୍ରଣ କରିବାକୁ । ରଥ ଆଗରେ ଘଣ୍ଟ, ଘଣ୍ଟା, ଶଙ୍ଖ ବାଜିବା ସହ ଚାଲିଥିଲା ପାରମ୍ପରିକ ନୃତ୍ୟ ଗୀତ । ଶୀତଳଷଷ୍ଠୀ ଯାତ୍ରାର ପରମ୍ପରା ମୁତାବକ ସମ୍ବଲପୁରର ଝାଡୁଆପଡା, ମୁଦିପଡା,ବଡ଼ବଜାର,ଠାକୁରପଡା, ବୁଢ଼ାରାଜା ଆଦି ଯାତ୍ରା କମିଟିର ଶୁକ୍ରବାର ରାତିରେ ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ସମ୍ପନ୍ନ ହୋଇଛି ।

ଶୀତଳଷଷ୍ଠୀ ଯାତ୍ରାର ପରମ୍ପରା ମୁତାବକ ହନୁମାନ ଦେବ ନିମନ୍ତ୍ରଣ ଶୋଭଯାତ୍ରାରେ ବାହାରିବା ସମୟରେ ପୂଜକ,ବରପିତା,ଯାତ୍ରା କମିଟିର ସଦସ୍ୟ ସମିଲ ହୁଅନ୍ତି । ସହରର ସମସ୍ତ ମନ୍ଦିରକୁ ଯାଇ ମିଠେଇ, ଗୁଆ,ହଳଦୀ ଆଦି ଦେଇ ଦେବା ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଏହାକୁ ଗୁଆଗୁଣ୍ଡା ମଧ୍ୟ କୁହାଯାଏ। ଆବହମାନ କାଳରୁ ଶୀତଳଷଷ୍ଠୀ ଯାତ୍ରାର ଏହି ପରମ୍ପରା ବଜାୟ ରହିଛି ।

Last Updated : Jun 4, 2022, 12:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.