ETV Bharat / city

ଗାଁକୁ ନାହିଁ ରାସ୍ତା, ଟ୍ରାକ୍ଟରରେ ୧କିମି ବୁହାହେଲେ ଗୁରୁତର ରୋଗୀ

author img

By

Published : Aug 21, 2022, 2:47 PM IST

Updated : Aug 21, 2022, 3:39 PM IST

ସମ୍ବଲପୁର ଜିଲ୍ଲା ଡାକରା ପଞ୍ଚାୟତ ଜାଦୁଲୁଇସିଙ୍ଗ ଗ୍ରାମରେ ଅଭାବନୀୟ ଘଟଣା । ଗାଁକୁ ରାସ୍ତା ନଥିବାରୁ ପ୍ରାୟ ୧ କିମି ଟ୍ରାକ୍ଟରରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଯାଇଛନ୍ତି ଗୁରୁତର ରୋଗୀ । ଅଧିକ ପଢନ୍ତୁ

ଗାଁକୁ ନାହିଁ ରାସ୍ତା, ଟ୍ରାକ୍ଟରରେ ୧କିମି ବୁହାହେଲେ ଗୁରୁତର ରୋଗୀ
ଗାଁକୁ ନାହିଁ ରାସ୍ତା, ଟ୍ରାକ୍ଟରରେ ୧କିମି ବୁହାହେଲେ ଗୁରୁତର ରୋଗୀ

ସମ୍ବଲପୁର: ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଅନେକ ଜିଲ୍ଲା ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଏବେ ବି ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ଅନେକ ସମସ୍ୟା ଉପୁଜିଛି । ଜିଲ୍ଲାର ମାନେଶ୍ବର ବ୍ଲକ ଡାକରା ପଞ୍ଚାୟତ ଜାଦୁଲୁଇସିଙ୍ଗ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ପ୍ରାୟ ୧ କିମି ଟ୍ରାକ୍ଟରରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଯାଇଛନ୍ତି ଗୁରୁତର ରୋଗୀ ।

ସମ୍ବଲପୁର ଜାଦୁଲୁଇସିଙ୍ଗ ଗ୍ରାମର ରାସିଖାଇକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ହୋଇ ପାରିନାହିଁ । ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । ତେଣୁ ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ପାଖାପାଖି ୧ କିମି ପର୍ଯ୍ୟନ୍ତ ବୋହିକି ଆଣନ୍ତି ଗ୍ରାମବାସୀ । ଆଜି ମଧ୍ୟ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ରାସିଖାଇ ଗ୍ରାମର ନିରାବତୀ ବେହେରା ହଠାତ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବାକୁ ବାହାରିଲେ । ଏଥିପାଇଁ ଆମ୍ବୁଲାନ୍ସକୁ ଫୋନ ମଧ୍ୟ କରିଥିଲେ ପରିବାର ଲୋକେ । ତେବେ ଗ୍ରାମ ଠାରୁ ୧ କିମି ପର୍ଯ୍ୟନ୍ତ ରାସ୍ତା ନଥିବାରୁ କାଦୁଅରେ ଆମ୍ବୁଲାନ୍ସ ଆସି ପାରିଲାନାହିଁ ।

ଟ୍ରାକ୍ଟରରେ ୧କିମି ବୁହାହେଲେ ଗୁରୁତର ରୋଗୀ
ଟ୍ରାକ୍ଟରରେ ୧କିମି ବୁହାହେଲେ ଗୁରୁତର ରୋଗୀ

ଏହା ବି ପଢନ୍ତୁ- ନାଳ ପାରି ହେଉଥିବା ବେଳେ ଅଘଟଣ, କାର ସହ ଭାସିଯାଇ ଦୁଇ ମୃତ

ତେବେ ଏଭଳି ସ୍ଥିତିରେ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଏକ ଟ୍ରାକ୍କର ଯୋଗାଡ କରି ସେଥିରେ ଗୁରୁତର ଅସୁସ୍ଥ ରୋଗୀ ନିରାବତୀ ବେହେରାଙ୍କୁ ୧ କିମି ରାସ୍ତା ନେବା ପରେ ଆମ୍ବୁଲାନ୍ସରେ ସମ୍ବଲପୁର ହସ୍ପିଟାଲକୁ ଅଣାଯାଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପରିବାର ଲୋକେ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 21, 2022, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.