ETV Bharat / city

ବିଶିଷ୍ଟ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ - ବିଶିଷ୍ଟ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାର

ଆଉ ନାହାନ୍ତି ବିଶିଷ୍ଟ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଶ୍ରୀରାମ ଲୁହାର । 54 ବର୍ଷ ବୟସରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

sambalpuri music director shreeram lohar passes away
ବିଶିଷ୍ଟ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ
author img

By

Published : Jul 18, 2022, 8:59 AM IST

ସମ୍ବଲପୁର: ଆଉ ନାହାନ୍ତି ବିଶିଷ୍ଟ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଶ୍ରୀରାମ ଲୁହାର । 54 ବର୍ଷ ବୟସରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏହାପରେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶ୍ରୀରାମ ଲୁହାରଙ୍କ ଅକାଳ ବିୟୋଗରେ ସାରା ଓଡ଼ିଶାର ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି ।

ବିଶିଷ୍ଟ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ

90 ଦଶକର ମଧ୍ୟ ଭାଗରୁ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅନେକ ସମ୍ବଲପୁରୀ ହିଟ ଗୀତ ଆସିଥିଲା । ସେ ଓଡ଼ିଆ ଗୀତରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ପିଲାଟି ଦିନରୁ ଆର୍ଥିକ ଅନଟନ ଭିତରେ ରହି ସଙ୍ଗୀତକୁ ନିଜର କ୍ୟାରିଅର କରି ସମ୍ବଲପୁରୀ ସଙ୍ଗୀତ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଶ୍ରୀରାମ ଲିଭର ଜନିତ ରୋଗରେ କିଛିଦିନ ହେଲା ପୀଡିତ ଥିବାବେଳେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ଶ୍ରୀରାମଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଇଟିଭି ଭାରତ, ସମ୍ବଲପୁର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.