ETV Bharat / city

ମୁକ୍ତା ଚାଷ କରି ମାଲାମାଲ ହେବେ ଦିବ୍ୟରାଜ, ପୋଖରୀରେ ଆରମ୍ଭ ପ୍ରକ୍ରିୟା - ସମ୍ବଲପୁରରେ ଶାମୁକା ଚାଷ କରିଛନ୍ତି ଚାଷୀ

କୃତ୍ରିମ ଉପାୟରେ ମୁକ୍ତା ଚାଷ କରି ଚର୍ଚ୍ଚାରେ ସମ୍ବଲପୁରର ଯୁବ ଚାଷୀ ଦିବ୍ୟରାଜ। ପୂର୍ବରୁ କଳା ଧାନ ଓ କଳା ହଳଦୀ ଚାଷ କରି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଥିବା ବେଳେ ଫାର୍ମ ହାଉସରେ ମୁକ୍ତା ଚାଷ ଆରମ୍ଭ କରି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଅଧିକ ପଢନ୍ତୁ

ସମୁଦ୍ର ନହେଁ ପୋଖରୀରେ ସାମୁକା ଚାଷ କରି ଚର୍ଚ୍ଚାରେ ଦିବ୍ୟରାଜ
ସମୁଦ୍ର ନହେଁ ପୋଖରୀରେ ସାମୁକା ଚାଷ କରି ସମୁଦ୍ର ନହେଁ ପୋଖରୀରେ ସାମୁକା ଚାଷ କରି ଚର୍ଚ୍ଚାରେ ଦିବ୍ୟରାଜଚର୍ଚ୍ଚାରେ ଦିବ୍ୟରାଜ
author img

By

Published : Feb 1, 2022, 2:15 PM IST

Updated : Feb 1, 2022, 4:25 PM IST

ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁରର ଉଚ୍ଚଶିକ୍ଷିତ ଯୁବଚାଷୀ ଦିବ୍ୟରାଜ ବେରିହା। ଏବେ ସେ ନିଜ ଫାର୍ମହାଉସରେ ଆରମ୍ଭ କରିଛନ୍ତି ମୁକ୍ତା ଚାଷ। ସମୁଦ୍ର ଲୁଣି ପାଣିରେ ମୁଖ୍ୟତଃ ପ୍ରାକୃତିକ ଉପାୟରେ ମୁକ୍ତା ତିଆରି ହେଉଥିବା ବେଳେ ଦିବ୍ୟରାଜ ନିଜ ଫାର୍ମହାଉସରେ ସିମେଣ୍ଟ କୁଣ୍ଡ ଓ ପୋଖରୀରେ ମଧୁର ଜଳରେ ଶାମୁକା ରଖି କୃତ୍ରିମ ଉପାୟରେ ମୁକ୍ତା ଚାଷ ଆରମ୍ଭ କରିଛନ୍ତି।ଭୁବନେଶ୍ୱରର ସିଫା ଠାରୁ ତାଲିମ ନେଇ ସେ ଏହି କୃତ୍ରିମ ମୁକ୍ତା ଚାଷ ଆରମ୍ଭ କରିଛନ୍ତି।

ମୁକ୍ତା ଚାଷ କରି ମାଲାମାଲ ହେବେ ଦିବ୍ୟରାଜ, ପୋଖରୀରେ ଆରମ୍ଭ ପ୍ରକ୍ରିୟା

ଏହି ଚାଷ ପାଇଁ ସେ ନିଜର ଶିକ୍ଷାଗତ ଯୋଗ୍ୟତା ମୁତାବକ ଗବେଷଣା କରି ଚାଲିଛନ୍ତି। ଗତ ୨ ମାସ ତଳେ ୧୦ ଡେସିମିଲ ଜାଗାରେ ଏହି ଚାଷ ଆରମ୍ଭ କରିଥିଲେ ଦିବ୍ୟରାଜ । ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ପାଖାପାଖି ଏକ ବର୍ଷ ପରେ ଶାମୁକାରୁ ମୋତି ଉତ୍ପାଦନ କରି ଲାଭବାନ ହେବାକୁ ଲକ୍ଷ୍ୟ ରଖିଛନ୍ତି ଦିବ୍ୟରାଜ ।

ଦିବ୍ୟରାଜଙ୍କ କହିବା ଅନୁଯାୟୀ ଯେ କୋୖଣସି ବ୍ୟକ୍ତି ଉଚିତ ତାଲିମ ଗ୍ରହଣ କଲେ ଏହି ଚାଷ କରି ଭଲ ରୋଜଗାର କରି ପାରିବ । ଏକ ଏକର ଜମିର ପୋଖରୀରେ 20 ରୁ 25 ହଜାର ଶାମୁକା ଚାଷ ହୋଇପାରିବ। ଭଲ ଭାବେ ଏହି ଚାଷ କଲେ ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ 20 ରୁ 25 ଲକ୍ଷ ଟଙ୍କାର ମୁକ୍ତା ଉତ୍ପାଦନ କରି ପାରିବ ବୋଲି କହିଛନ୍ତି ଦିବ୍ୟରାଜ । ଅନ୍ୟପଟେ ଦିବ୍ୟରାଜଙ୍କ ଏହି ନିଆରା ମୁକ୍ତା ଚାଷକୁ ନେଇ ଏବେ ସ୍ଥାନୀୟ ଲୋକ ବେଶ ଉତ୍ସାହିତ। ଏଥିପାଇଁ ଦିବ୍ୟରାଜଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉ ବୋଲି ଦାବି ହେଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ପ୍ରୋତ୍ସାହନ ଦେଇ ଜିଲ୍ଲା ପ୍ରଶାସନ ଏହି ଚାଷ କରେଇପାରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଦିବ୍ୟରାଜ ଙ୍କ ଏହି ନିଆରା ଉଦ୍ୟମ ଅନେକ ଯୁବକ ଯୁବତୀ ପାଇଁ ପ୍ରେରଣାଦାୟୀ ନିଶ୍ଚୟ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବହୁ ଯୁବକ ଏହିଭଳି ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା କରାଯାଉଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 1, 2022, 4:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.