ସମ୍ବଲପୁର: ସେବା ସମବାୟ ସମିତି ମ୍ୟାନେଜିଙ୍ଗ ଡ଼ାଇରେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ (VIGILANCE RAID) । ସମ୍ବଲପୁର ଜିଲ୍ଲାର ଜମେନକିରା ସେବା ସମବାୟ ସମିତି ( (Jamenkira seva samabaya samiti)ର MD ଫନିନ୍ଦ୍ର କୁମାର ସାହୁ( MD Fanindra Kumar Sahu) ଙ୍କ ଘରେ ଚଢାଉ କଲା ଭିଜିଲାନ୍ସ ଟିମ୍ ( Sambalpur Vigilance team )।
ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋଟ 5 ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସମ୍ବଲପୁର ଜିଲ୍ଲାର ୪ ଟି ସ୍ଥାନ ଓ ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ସ୍ଥିତ ଗୋଟିଏ ସ୍ଥାନରେ ଚଢାଉ ହୋଇଛି । ତେବେ କେତେ ପରିମାଣର ସମ୍ପତ୍ତି ବେଆଇନ ଭାବେ ଠୁଳ ହୋଇଛି ତାହା ଆଗକୁ ଜଣା ପଡିବ।
ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ