ETV Bharat / city

ସରୁନି ସ୍ବରେଜ କାମ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

author img

By

Published : Apr 29, 2021, 2:42 PM IST

ଅଧା ବାଟରେ ଅଟକିଛି ସ୍ବରେଜ ପ୍ରକଳ୍ପ । ଅବଧି ସରିଛି ହେଲେ ନିର୍ମାଣ କାମ ସରୁନି । ଅଧାପନ୍ତରିଆ ହୋଇ ପଡି ରହିଛି କାର୍ଯ୍ୟ । ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ଅଧିକ ପଢନ୍ତୁ...

sambalpur people facing many problems because of incomplete Sewage project
ସରୁନି ସ୍ବରେଜ କାମ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହର। ସମୟର ସହ ତାଳ ଦେଇ ଉନ୍ନତି ପଥରେ ବଢିଚାଲିଛି ସହର । ମାତ୍ର ପରିମଳ ବ୍ୟବସ୍ଥାକୁ ଦେଖିଲେ ଲାଗେ ଯେମିତି ପଛରେ ପଡିଛି ସମ୍ବଲପୁର । ଅଧା ବାଟରେ ଅଟକିଛି ସ୍ବରେଜ ପ୍ରକଳ୍ପ । ଅବଧି ସରିଛି ହେଲେ ନିର୍ମାଣ କାମ ସରୁନି । ଅଧାପନ୍ତରିଆ ହୋଇ ପଡି ରହିଛି କାର୍ଯ୍ୟ । 5 ବର୍ଷ ପୂର୍ବେ ସ୍ବେରେଜ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରିମଳ ବ୍ୟବସ୍ଥାରେ ସୁଧୁର ଆସିବ ବୋଲି ଆଶା ରଖିଥିଲେ ସହରବାସୀ । କିନ୍ତୁ ଏବେ ଏହା ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଛି । କାରଣ ସ୍ବେରେଜ କାର୍ଯ୍ୟ ପାଇଁ ସହରର ସମସ୍ତ ରାସ୍ତାକୁ ଏବେ ଖୋଳି ଦିଆଯାଇଛି । କେଉଁଠି ସ୍ବେରେଜ କାର୍ଯ୍ୟ ଜାରି ରହିଛି ତ କେଉଁଠି କାର୍ଯ୍ୟ ସରିଛି । କିନ୍ତୁ ରାସ୍ତା ମରାମତି ହୋଇନି। ଯାତାୟତ କରିବା ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଧନୁପାଲି ଛକରୁ ଧମା ରାସ୍ତା 3 ବର୍ଷ ହେଲା ସ୍ବେରେଜ କାମ ଯୋଗୁଁ ଅଧାପନ୍ତରିଆ ହୋଇ ପଡିଛି । ଯାହାକୁ ନେଇ ଜିଲ୍ଲା ଓକିଲ ସଂଘ ସହ ବିଭିନ୍ନ ଅନୁଷ୍ଠାନ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସହରରେ ପ୍ରକଳ୍ପ କାର୍ଯ୍ୟ 2017 ଜାନୁଆରୀ 24ରେ ଆରମ୍ଭ ହୋଇ 2020 ଜାନୁଆରୀ 23ରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପୁଣେର ଏମଏସ ଘରପୁରେ ଇଂଜିନିୟରିଂ ଆଣ୍ଡ କଂଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ ସଂସ୍ଥା ଏହି କାର୍ଯ୍ୟ କରୁଛି। ସମ୍ବଲପୁର ମହାନଗରରେ ମୋଟ 252.73 କିମି ଦୀର୍ଘତାର ଏହି ପ୍ରକଳ୍ପର ମୋଟ ବଜେଟ ରହିଛି 324.325କୋଟି ଟଙ୍କା । ମୋଟ ବଜେଟର 294.93 କୋଟି ଏହାର ନିର୍ମାଣ ପାଇଁ ଥିବା ବେଳେ 5 ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ 29.39 କୋଟିର ବଜେଟ ରହିଥିଲା । ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପର ମାତ୍ର 90 କିମିର କାର୍ଯ୍ୟ ହୋଇଛି। ଏଭଳି ସ୍ଥିତିରେ ଏହି କାର୍ଯ୍ୟ ଶେଷ ହେବାକୁ ଆହୁରି 2 ରୁ 3 ବର୍ଷ ଲାଗିବ। ସ୍ବେରେଜ କାର୍ଯ୍ୟ ଚାଲିଥିବା ବେଳେ ବହୁ ସ୍ଥାନରେ ବଡ ବଡ ପଥର ପଡ଼ୁଥିବାରୁ ଅହେତୁକ ବିଳମ୍ବ ହେଉଛି । ଖୁବଶୀଘ୍ର ଏହି ପ୍ରକଳ୍ପକୁ ଶେଷ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ପ୍ରକଳ୍ପର ପ୍ରୋଜେକ୍ଟ ଇଞ୍ଜିନିୟର । ଅଧାପନ୍ତରିଆ ସ୍ବରେଜ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ବଢୁଛି ଅସନ୍ତୋଷ । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ମୟ ରହିଲେ ଏହି କାର୍ଯ୍ୟ ଖୁବଶୀଘ୍ର ଶେଷ ହୋଇ ପାରିବ ବୋଲି ଆଶା କରାଯାଉଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.