ସମ୍ବଲପୁର : ଜିଲ୍ଲା ବିଜେପିରେ ଉତ୍ସବର ମହୋଲ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବିରୋଧୀ ଦଳର ନେତା ଭାବେ ମନୋନୀତ ହେବା ପରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଖୁସି ମନା ଯାଇଛି। ବାଣ ଫୁଟାଇବା ସହ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଥିଲେ ବିଜେପି କର୍ମୀ ।ଯାହାକୁ ନେଇ ପୁରା ଜିଲ୍ଲାରେ ଆନନ୍ଦର ଲହରି ଖେଳି ଯାଇଛି ।
। ଜୟ ନାରାୟଣ ବିରୋଧୀ ଦଳର ନେତା ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି । ସେ କହିଛନ୍ତି, "ଏଣିକି ରାଜ୍ୟ ସରକାରଙ୍କୁ ବିଜେପି ବିଭିନ୍ନ ପ୍ରସଙ୍ଗରେ ଘେରିବ । ପୂର୍ବରୁ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ ଥିବାରୁ ବିରୋଧୀ ଦଳର ନେତାଙ୍କ ଭୂମିକା ପରିଚାଳନାରେ ଅସୁବିଧା ହେଉଥିଲା । ତେବେ ବର୍ତ୍ତମାନ ସବୁ ଠିକରେ ଚାଲିବ ବୋଲି ବିଜେପି କର୍ମୀ କହିଛନ୍ତି ।"
ଇଟିଭି ଭାରତ,ସମ୍ବଲପୁର