ETV Bharat / city

ମହୁଲପାଲି ଟ୍ରିପଲ ମର୍ଡର ଘଟଣା, ଧରାପଡିଲେ 2 ଅଭିଯୁକ୍ତ - sambalpur murder news

ଜମି ବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର 3 ଜଣଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଲପଡା ଗାଁର ବାପ ପୁଅ। 2 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ମହୁଲପାଲି ଟ୍ରିପଲ ମର୍ଡର ଘଟଣା: ଧରା ପଡିଲେ 2 ଅଭିଯୁକ୍ତ

author img

By

Published : Oct 22, 2020, 12:10 PM IST

ସମ୍ବଲପୁର: ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର ଲପଡା ଗାଁର ଟ୍ରିପଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ମହୁଲପାଲି ପୋଲିସ। ଅଭିଯୁକ୍ତ ମାନେ ହେଲେ ବାପା ନବୀନ ଦେହୁରୀ ଓ ପୁଅ ମଣ୍ଟୁ। ଏନେଇ ସମ୍ବଲପୁର ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ବୁଧବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଲପଡା ଗାଁର ଗୋଟିଏ ପରିବାରର ତିନି ଜଣଙ୍କୁ ଏହି ଦୁଇ ଅଭିଯୁକ୍ତ ହାଣି ହତ୍ୟା କରିଥିଲେ। ତେବେ ପୂର୍ବରୁ ଦୀର୍ଘ ଦିନ ଧରି ଜମି ବିବାଦକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଝଗଡା ଚାଲିଥିଲା ।

ମୄତକ ମାନେ ହେଲେ ଶାଶୁ ପିରୁବତି ବେହେରା, ଜ୍ବାଇଁ ଗିରିଧାରୀ ସାହୁ ଓ ଝିଅ ସାବିତ୍ରୀ ସାହୁ। ଏହି ହତ୍ୟାକାଣ୍ଡ ଘଟିବା ପରେ ମହୁଲପାଲି ପୋଲିସ ଓ କୁଚିଣ୍ଡା ଏସଡିପିଓ ଘଟଣା ସ୍ଥଳରେ ତତ୍ପରତା ସହ ତଦନ୍ତ କରିଥିବା ବେଳେ, ସମ୍ବଲପୁର ଏସପି କନୱର ବିଶାଲ ସିଂ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ମହୁଲପାଲି ଟ୍ରିପଲ ମର୍ଡର ଘଟଣା: ଧରା ପଡିଲେ 2 ଅଭିଯୁକ୍ତ

ଏହି ହତ୍ୟାକାଣ୍ଡ ଘଟଣାକୁ ସମ୍ବଲପୁର ପୋଲିସ ରେଡ ଫ୍ଲାଗ୍ କେସ ଭାବେ ଗ୍ରହଣ କରିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.