ସମ୍ବଲପୁର: କମାଲ କଲେ ଓଡିଆ ଝିଅ । 10 ବର୍ଷ ବୟସରେ ସାଜିଲେ ଓଡିଶାର ସର୍ବକନିଷ୍ଠ ସ୍କୁବା ଡାଇଭର । ବିନା କାହାରି ସହାୟତାରେ ଓମାନ ଉପସାଗରରେ 40 ଫୁଟ ସ୍କୁବା ଡାଇଭିଂ କରି ଗୌରବ ଅର୍ଜନ କରିଛନ୍ତି ।
ତିଷ୍ୟା ସମ୍ବଲପୁରର ଝିଅ ହୋଇଥିବାବେଳେ ସେ ଦୁବାଇରେ ରୁହନ୍ତି । ସେଠାରେ ସେ ରାଫେଲ୍ସ ଓ୍ବାର୍ଲ୍ଡ ଏକାଡେମୀ ସ୍କୁଲରେ ପାଠ ପଢୁଛନ୍ତି । ପୂର୍ବରୁ ତିଷ୍ୟା ପ୍ରଶିକ୍ଷକଙ୍କ ସହାୟତାରେ 30 ଫୁଟ ଡାଇଭିଂ କରୁଥିଲେ । ହେଲେ ଏବେ ବିନା ସହାୟତାରେ ଏକାକୀ 40 ଫୁଟ ଡାଇଭିଂ କରିଛନ୍ତି ।
ଦୁବାଇରେ ଅଗଷ୍ଟ ମାସରେ ପେଶାଦାର ଡାଇଭିଂ ପ୍ରଶିକ୍ଷକ ସଂଘ 'ପିଏଡିଆଇ' ଦ୍ବାରା ହୋଇଥିବା ସ୍କୁବା ଡାଇଭିଂ ପରୀକ୍ଷାରେ ସଫଳ ହୋଇ ଓଡିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ଭାବେ ପ୍ରମାଣ ପତ୍ର ହାସଲ କରିଛନ୍ତି । ତିଷ୍ୟା ହେଉଛନ୍ତି ଦୁବାଇରେ କାର୍ଯ୍ୟରତ ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ସୌମିତ୍ରୀ ନନ୍ଦଙ୍କ କନ୍ୟା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନାତୁଣୀ |
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ