ସମ୍ବଲପୁର: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫରେଷ୍ଟ ରେଞ୍ଜର ନିଲମ୍ବିତ । ସମ୍ବଲପୁର ସଦର ରେଞ୍ଜର ଗୌର ଶଙ୍କର ଦାସଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଗତ 3 ମାସରେ ସମ୍ବଲପୁର ବନଖଣ୍ଡ ଅଧିନ ସଦର ରେଞ୍ଜରେ 4ଟି ହାତୀ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଯାଇଥିଲା । ଏହି ରିପୋର୍ଟରେ ହାତୀମାନଙ୍କ ମୃତ୍ୟୁ କେତେବେଳେ ବିଦ୍ୟୁତ ଆଘାତରେ ତ କେତେବେଳେ ଟ୍ରେନ ଧକ୍କାରେ ହୋଇଛି । ହାତୀ ମୃତ୍ୟୁର ଏଭଳି କାରଣଗୁଡିକରୁ ଏଡାଇ ଦିଆଯାଇପାରନ୍ତି କିନ୍ତୁ ରେଞ୍ଜର ଅଫିସରଙ୍କ ଦାୟିତ୍ବହୀନତା ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ, ରାଜ୍ୟ ସରକାର ଜଙ୍ଗଲରେ ପଇଁତରା ମାରିବାକୁ ଏକ ଗାଡି ଯୋଗାଇ ଦେଇଥିଲେ ମଧ୍ୟ ଏହାର ବ୍ୟବହାର କରାଯାଉନଥିବା ଅଭିଯୋଗ ହୋଇଛି । ଜଙ୍ଗଲରେ ସଠିକ ପାଟ୍ରୋଲିଂ ନ ହେବାକୁ ହାତୀମାନଙ୍କ ଅକାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ