ETV Bharat / city

ଅନ୍ନଦାତାଙ୍କୁ ଟୋକନ ଛାଟ, ବିକ୍ରି ହୋଇପାରୁନି 6 କୋଟି ମୂଲ୍ୟର ଧାନ - ଚିନ୍ତା ବଢାଉଛି ଟୋକେନ

କଥାରେ ଅଛି ‘ଚାଷ କାମ ଯାହାର, କେଡେ ସୁଖ ତାହାର’ ଏହି ଉକ୍ତି ଏବେ ଚାଷୀଙ୍କ ପାଇଁ ବିପରୀତ ପାଲଟିଛି । ଟୋକେନ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ପାଇଁ ‘ଚାଷ କାମ ଯାହାର ସର୍ବନାଶ ତାହାର’ ଉକ୍ତି ଉଚିତ ପ୍ରମାଣିତ ହୋଇଛି । ଅଧିକ ପଢନ୍ତୁ...

sambalpur farmers in tensions
ସଂକଟରେ ଅନ୍ନଦାତା; ଟୋକନ କରୁଛି ହତାସ, ମିଳୁନି ବୀମାରାଶି
author img

By

Published : Feb 25, 2020, 4:37 PM IST

Updated : Mar 3, 2020, 6:59 PM IST

ସମ୍ବଲପୁର: ରାଜ୍ୟ ସରକାର ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ଟୋକନ ବ୍ୟବସ୍ଥା ଆଣିଛନ୍ତି । ହେଲେ ଏହି ଟୋକନ ବ୍ୟବସ୍ଥା ସମ୍ବଲପୁର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଯେତିକି ପରିମାଣର ଧାନ ଚାଷ କରାଯାଉଛି ସେତିକି ମାତ୍ରାରେ ମିଳୁନି ଟୋକନ । ଫଳରେ ବଳକା ଧାନ ଅଦିନିଆ ବର୍ଷାରେ ଖତ ଖାଉଛି । କେବଳ ଟୋକନ ନୁହେଁ ବୀମା ରାଶି ନମିଳିବାରୁ ସମସ୍ୟାରେ ଗତି କରୁଛନ୍ତି ସମ୍ବଲପୁରର ଚାଷୀ ।

ସଂକଟରେ ଅନ୍ନଦାତା; ଟୋକନ କରୁଛି ହତାସ, ମିଳୁନି ବୀମାରାଶି

ଧାନ କିଣାରେ ସରକାରଙ୍କ ବ୍ୟାପକ ଅବ୍ୟବସ୍ଥା କାରଣରୁ ସମ୍ବଲପୁର ଜିଲ୍ଲାରେ ଚାଷୀ ତ୍ରାହୀ ତ୍ରାହୀ ଡାକୁଛନ୍ତି । ଯାହାର ମୁଖ୍ୟ ସମସ୍ୟା ଟୋକନ ବ୍ୟବସ୍ଥାରେ ତ୍ରୁଟି । ଏହା ଦ୍ବାରା ଚାଷୀ ଟିଏ ନା ଠିକ ସମୟରେ ଧାନ ବିକ୍ରି କରିପାରୁଛି ନା ଆବଶ୍ୟକ ବେଳେ ହାତରେ ଦି’ ପଇସା ପାଉଛି । ଫଳରେ ଟୋକନର ଜେନେରେସନ ଭୁବନେଶ୍ବରରୁ ନ କରି ଜିଲ୍ଲା ସ୍ତରୀୟ କରିବାକୁ ଦାବି ହୋଇଛି ।

ଏହି ପ୍ରଚଳିତ ଟୋକନ ବ୍ୟବସ୍ଥା ଦ୍ବାରା ସମ୍ବଲପୁର ଜିଲ୍ଲାର ଉଭୟ ପଞ୍ଜିକୃତ ଓ ଅଣପଞ୍ଜୀକୃତ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତଥ୍ୟ ଅନୁସାରେ, ଧାନ ଚାଷ ପାଇଁ ଜିଲ୍ଲାର 7ଶହ ପଞ୍ଜୀକୃତ ଚାଷୀଙ୍କୁ ଟୋକେନ ମିଳିନଥିବାବେଳେ, ଅଣପଞ୍ଜୀକୃତ ଚାଷୀଙ୍କୁ ଟୋକନ ମିଳିବାର ବ୍ୟବସ୍ଥା ହିଁ ନାହିଁ । ଫଳରେ ବାଧ୍ୟ ହୋଇ ଚାଷୀମାନେ ନିର୍ଦ୍ଧାରିତ ମୂଲ୍ୟ 1815 ଟଙ୍କା ପରିବର୍ତ୍ତେ 1400 ଶହ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ଚାଷୀଙ୍କ ଅନୁସାରେ ସମଗ୍ର ଜିଲ୍ଲାରେ 35 କ୍ବିଣ୍ଟାଲ ଧାନ ବିକ୍ରି ହୋଇପାରି ନଥିବାବେଳେ ଯାହାର ମୂଲ୍ୟ ରହିଛି 6 କୋଟି ।

ଏତିକିରେ ସରି ନାହିଁ ଜିଲ୍ଲା ଚାଷୀଙ୍କ ସମସ୍ୟା । ଚାଷ ପାଇଁ କରିଥିବା ବୀମା ଟଙ୍କା ବର୍ଷ ବର୍ଷ ଧରି ମିଳିପାରୁ ନାହିଁ । ଚାଷୀଙ୍କ ଅଭିଯୋଗ ଅନୁସାରେ 2017 ମସିହାର 15 କୋଟି ବୀମା ଟଙ୍କା ଏଯାଏଁ ମିଳିନାହିଁ ଜିଲ୍ଲାର ଶହଶହ ଚାଷୀଙ୍କୁ । ଫଳରେ ଗୋଟିଏ ପଟେ ବକେୟା ବୀମା ଟଙ୍କା, ଆଉ ଏବେ ଟୋକନ ବ୍ୟବସ୍ଥାରେ ଅଣନିଶ୍ବାସୀ ହୋଇପଡିଛନ୍ତି ଜିଲ୍ଲାର ଚାଷୀକୂଳ । ଗୋଟିଏ ପଟେ ଟୋକନ ତ ଆଉ ଗୋଟିଏ ପଟେ ବକେୟା ରାଶି ଯେମିତି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଭାଙ୍ଗି ଦେବାକୁ ବସିଛି । ଏନେଇ ସମ୍ବଲପୁର ଉପଜିଲ୍ଲାପାଳ ସେହି ଚିରାଚରିତ ଉତ୍ତର ଦେଇ କହିଛନ୍ତି ତାଷୀଙ୍କ ସମସ୍ୟାର ସମାଧାନ କରାଯାଉଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ବିଧାୟକ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ନାଉରୀ ନାୟକ ରାଜ୍ୟ ସରକାରଙ୍କ ଉପରେ ସମସ୍ତ ଦୋଷ ଲଦିଛନ୍ତି । ତେବେ ଗତକାଲି(ସୋମବାର) ଗୃହରେ ଟୋକନ ସମସ୍ୟା ଉଠାଇବା ଯୋଗୁଁ 16 ଥର ଗୃହ ମୁଲତବୀ ରହିଥିଲା ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Last Updated : Mar 3, 2020, 6:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.