ETV Bharat / city

ଚକଡା ଚିନ୍ତା, କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଚାଷୀ

author img

By

Published : Nov 6, 2019, 9:26 PM IST

ଚାଷୀଙ୍କ ଚିନ୍ତା ବଢାଉଛି ଚକଡା ପୋକ। ଏହାସହ ବୋଝ ଉପରେ ନଳିତା ବିଡା ସାଜୁଛି ଅଦିନିଆ ବର୍ଷା। ଯାହାଫଳରେ ସମ୍ବଲପୁର ଜିଲ୍ଲାରେ ଶହଶହ ଏକର ଚାଷଜମି କ୍ଷତିଗ୍ରସ୍ତ। କ୍ଷତି ସହିଥିବା ଚାଷୀ ଆର୍ଥିକ ସହାୟତା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କ ଅଫିସ ଘେରାଉ କରିଛନ୍ତି। ଅଧିକ ଖବର ପଢନ୍ତୁ...

ଚକଡା ଚିନ୍ତା,କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଚାଷୀ

ସମ୍ବଲପୁର: ଜିଲ୍ଲାରେ ଦେଖାଦେଇଛି ଚାଷୀ ଅସନ୍ତୋଷ । ଚକଡା ପୋକ ଓ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ପାଇଁ ଡିଓଙ୍କ ଅଫିସ ଘେରାଓ କରିଛନ୍ତି ସମ୍ବଲପୁର ଚାଷୀ । ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସଠିକ ଆକଳନ ଓ ରିପୋର୍ଟ ପ୍ରଦାନ ଦାବିନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଅସନ୍ତୁଷ୍ଟ ଚାଷୀ।

ଚକଡ଼ା ପୋକ ଓ ଅଦିନିଆ ବର୍ଷା ଜିଲ୍ଲାରେ ବହୁ କ୍ଷୟକ୍ଷତି କରିଥିଲେ ମଧ୍ୟ, କୃଷି ବିଭାଗ ସଠିକ ଭାବରେ ପରିଚାଳନା କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଚାଷୀ ଏକ ଶୋଭାଯାତ୍ରାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ । ସେଠାରେ ସେମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟି ଉପରୋକ୍ତ ଦାବି ନେଇ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଆସନ୍ତା ସପ୍ତାହରେ ଜିଲ୍ଲା ପ୍ରଶାସନ ଯଦି ଦାବି ଉପରେ ଗୁରୁତ୍ବ ନଦେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ କହିଛନ୍ତି।

ଚକଡା ଚିନ୍ତା,କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଚାଷୀ

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ଅଞ୍ଚଳର ଚାଷୀ ଘେରିଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟଳୟ। ଆଜି ସମ୍ବଲପୁର ଜିଲ୍ଲା ପଡିଆ ବାହାଲ ଅଞ୍ଚଳର ଜୟ ଦୁର୍ଗା କୃଷକ କ୍ଲବ ର ଚାଷୀ ମାନେ ଚକଡ଼ା ପୋକ ଓ ଅଦିନିଆଁ ବର୍ଷା ଜନିତ କ୍ଷୟ କ୍ଷତି ର ସଠିକ ଆକଳନ ଓ ରିପୋଟ ପ୍ରଦାନ ଦବିନେଇ ଏହି ଆନ୍ଦୋଳନ କରିଛନ୍ତି।

Body:ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ଅଞ୍ଚଳ ର ଚାଷୀ ଙ୍କ ମଧ୍ୟରେ ଦେଖାଯାଇଛି ଚାଷୀ ଅସନ୍ତୋଷ। ଏହି ଅଞ୍ଚଳରେ ଚଷୀଙ୍କ ଚକଡ଼ା ପୋକ ଜନିତ କ୍ଷୟ କ୍ଷତି ଓ ଅଦିନିଆଁ ବର୍ଷା ଜନିତ କ୍ଷୟ କ୍ଷତି ଜିଲ୍ଲା କୃଷି ବିଭାଗ ସଠିକ ଭାବରେ କରିନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ନେଇ ଆଜି ସମ୍ବଲପୁର ଜିଲ୍ଲା ର ପଡ଼ିଆବାହାଲ ଅଞ୍ଚଳରେ ଚାଷୀମାନେ ଏକ ଶୋଭାଯାତ୍ରାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ପହଞ୍ଚିଥିଲେ।ଏଠରେ ସେମାନେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଙ୍କୁ ଭେଟି ଉପରୋକ୍ତ ଦାବି ନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।

Conclusion:ଆସନ୍ତା ସପ୍ତାହ ଭିତରେ ଯଦି ଦାବି ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ନଦେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ କହିଛନ୍ତି।

ବାଇଟ-1-ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସଭାପତି, ଜୟଦୁର୍ଗା କୃଷକ କ୍ଲବ,ପଡ଼ିଆବାହାଲ।
ବାଇଟ-2- ଦୁଃଶାସନ ପ୍ରହରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.