ETV Bharat / city

ଚଳିତ ସମ୍ବଲପୁର ହନୁମାନ ଜୟନ୍ତୀରେ ବୁଲିବନି ଖଣ୍ଡା, ରୋକ ଲଗାଇଲା ପ୍ରଶାସନ - ସମ୍ବଲପୁର ହନୁମାନ ଜୟନ୍ତୀରେ ବୁଲିବନି ଖଣ୍ଡା

ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ହନୁମାନ ଜୟନ୍ତୀର ଅସ୍ତ୍ର ପ୍ରଦର୍ଶନ ଶୋଭାଯାତ୍ରାରେ ବୁଲିବନି ଖଣ୍ଡା । ଏହା ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ଚଳିତ ସମ୍ବଲପୁର ହନୁମାନ ଜୟନ୍ତୀରେ ବୁଲିବନି ଖଣ୍ଡା, ରୋକ ଲଗାଇଲା ଜିଲ୍ଲା ପ୍ରଶାସନ

author img

By

Published : Apr 8, 2022, 7:48 PM IST

ସମ୍ବଲପୁର: ଚଳିତ ହନୁମାନ ଜୟନ୍ତୀର ଅସ୍ତ୍ର ପ୍ରଦର୍ଶନ ଶୋଭାଯାତ୍ରାରେ ବୁଲିବନି ଖଣ୍ଡା । ଏହା ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକ ବର୍ଷ ସମ୍ବଲପୁର ହନୁମାନ ଜୟନ୍ତୀ ପାଳନ ସମୟରେ ଖଣ୍ଡା ବୁଲାଇବାକୁ ନେଇ ବିବାଦ ସୃଷ୍ଟି ହେବାର ନଜିର ରହିଛି । ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ଖଣ୍ଡା ପ୍ରଦର୍ଶନ ସହ ଅଗ୍ନି ଅସ୍ତ୍ର ପ୍ରଦର୍ଶନ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ଏହା ସହ ଖଣ୍ଡା ବୁଲାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

ଚଳିତ ସମ୍ବଲପୁର ହନୁମାନ ଜୟନ୍ତୀରେ ବୁଲିବନି ଖଣ୍ଡା, ରୋକ ଲଗାଇଲା ଜିଲ୍ଲା ପ୍ରଶାସନ

ବିଗତ ବର୍ଷ ଗୁଡ଼ିକରେ ହନୁମାନ ଜୟନ୍ତୀ ସମୟରେ ପରମ୍ପରା ନାଁ ରେ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର ଖଣ୍ଡା ବୁଲାଇ ଅନେକ ଥର ଗିରଫ ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ହୋଇଛି । ମୁଖ୍ୟତଃ ପ୍ରତ୍ୟେକ ବର୍ଷ ହନୁମାନ ଜୟନ୍ତୀ ସମୟରେ ବିଭିନ୍ନ ଆଖଡା ଦଳ ଗୁଡିକ ପକ୍ଷରୁ ଆଖଡା ଖେଳ ପ୍ରଦର୍ଶନ ସମୟରେ ଖଣ୍ଡା , ଅଗ୍ନିଅସ୍ତ୍ର ତଥା ବିଭନ୍ନ ପ୍ରକାର ରଣକୌଶଳ ପ୍ରଦର୍ଶନର ପରମ୍ପରା ରହିଛି। ତେବେ 2014 ମସିହା ପରେ ପରେ ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଏହା ଉପରେ ଜିଲ୍ଲା ପ୍ରଶାସନର ରୋକ ଲଗାଯାଇଥିଲେ ମଧ୍ୟ କେହି ନା କେହି ଖଣ୍ଡା ବୁଲାଇ ଗିରଫ ହେବାର ନଜିର ରହିଛି।

ତେବେ ଚଳିତ ବର୍ଷ ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବାକୁ ଜିଲ୍ଲା ପ୍ରଶାସନ ଓ ହନୁମାନ ଜୟନ୍ତୀ ସମନ୍ମୟ ସମିତିର ଆଖଡା ଦଳ ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏହି ସବୁ ପର୍ବ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା କିପରି ଭାବେ ଯୋଗାଇ ଦିଆଯିବ ସେନେଇ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି ।

ଏଥର ଆଖଡା ଖେଳରେ କେବଳ ଲାଠି ସହ ଆଖଡା ଖେଳ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଧାରୁଆ ଅସ୍ତ୍ର ଅଥବା ଅଗ୍ନିଅସ୍ତ୍ର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ଅନ୍ୟପଟେ ଏହି ପର୍ବ ପାଳନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 33 ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.