ETV Bharat / city

ସମ୍ବଲପୁର ସାଇବର ପୋଲିସ କବ୍‌ଜାରେ ୪ ଠକ - ସମ୍ବଲପୁରରେ GST ଠକେଇ

ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । ନକଲି ପାନ୍‌ କାର୍ଡ ତିଆରି କରି ସମ୍ବଲପୁରରେ ଅଚ୍ୟୁତାନନ୍ଦ ବଢ଼େଇ ନାମକ ଜଣେ ଯୁବକଙ୍କୁ ଠକିଥିଲେ ସାଇବର GST ଠକ । ଅଧିକ ପଢ଼ନ୍ତୁ

ସମ୍ବଲପୁର ସାଇବର ପୋଲିସ କବ୍‌ଜାରେ ୪ ଠକ
ସମ୍ବଲପୁର ସାଇବର ପୋଲିସ କବ୍‌ଜାରେ ୪ ଠକ
author img

By

Published : Apr 17, 2022, 10:39 PM IST

ସମ୍ବଲପୁର: ସାଇବର ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । ନକଲି PAN Card ତିଆରି କରି ସମ୍ବଲପୁରରେ ଅଚ୍ୟୁତାନନ୍ଦ ବଢ଼େଇ ନାମକ ଜଣେ ଯୁବକଙ୍କୁ ଠକିଥିଲେ ସାଇବର GST ଠକ । ଏହାକୁ ନେଇ ସେ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପୂର୍ବରୁ ରାଉରକେଲାରେ ହୋଇଥିବା ୧୨୪କୋଟି ଟଙ୍କାର ଜିଏସଟି ଠକେଇ ସମ୍ପୃକ୍ତ ଥିଲେ ୪ ଅଭିଯୁକ୍ତ ।

ସମ୍ବଲପୁର ସାଇବର ପୋଲିସ କବ୍‌ଜାରେ ୪ ଠକ

ସବୁଠାରୁ ବଡ଼ କଥା ହେଲା ଏହି ଘଟଣାରେ ୩ ଜଣ ବ୍ୟାଙ୍କ କର୍ମଚାରୀ ସାମିଲ ଅଛନ୍ତି । ଅଭିଯୋଗକାରୀ ଅଚ୍ୟୁତାନନ୍ଦଙ୍କ ନାଁରେ ନକଲି ପାନ୍‌କାର୍ଡ କାଗଜପତ୍ର ତିଆରି କରି ନାଗ୍‌ପୁର ଏକ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ଆକାଉଣ୍ଟ ଖୋଲା ଯାଇଥିଲା । ପରେ ରାଉରକେଲା ଅର୍ବାନ କୋ-ଅପିରେଟିଭ୍‌ ବ୍ୟାଙ୍କକୁ ଆକାଉଣ୍ଟ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ଆକାଉଣ୍ଟରେ ୧୩ କୋଟି ୭୬ ଲକ୍ଷ ୨୭୩୪ ଟଙ୍କାର କାରବାର ହୋଇଥିଲା ।

ଏନେଇ ଅଚ୍ୟୁତାନନ୍ଦଙ୍କୁ GST ବିଭାଗ ପକ୍ଷରୁ ଆୟକର ଦେବା ପାଇଁ ନୋଟିସ ହେବା ପରେ ସବୁ ଠକେଇ ସାମ୍ନାକୁ ଆସିଥିଲା । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ୪ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର ଅକ୍ଷୟ ନାଏକ, ସିନିୟର କିରାଣୀ ପ୍ରଶାନ୍ତ ଜେନା, ସୁବାଷ ସ୍ୱାଇଁ ଓ ଅମିତ ବେରିବାଲ । ପୋଲିସ ଏମାନଙ୍କ ନିକଟରୁ ଗୋଟିଏ କାର୍‌, ଗୋଟିଏ ଫୋନ୍‌ ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ଦସ୍ତାବିଜ୍‌ ଜବତ କରିଛି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ପୋଲିସ ଏସ୍‌ପି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.