ସମ୍ବଲପୁର: ବନ୍ଦ ହେଲା ସମ୍ବଲପୁର କୋଭିଡ ହସ୍ପିଟାଲ । ଦ୍ରୁତ ଗତିରେ କୋରୋନା ସଂକ୍ରମଣ ହ୍ରାସ ପରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଏନେଇ ସମ୍ବଲପୁର ସିଡିଏମଓ ଶଶୀଭୂଷଣ ପଟେଲ ସୂଚନା ଦେଇଛନ୍ତି।
ରାଜ୍ୟରେ ସଂକ୍ରମଣ ବଢିବାରୁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ କୋଭିଡ ହସ୍ପିଟାଲରେ ରୂପାନ୍ତର କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାରେ କୋରୋନା ନିୟନ୍ତ୍ରଣକୁ ଆସିବାରେ ଲାଗିଛି । ଫଳରେ ଏଠାରେ ଥିବା ସମସ୍ତ ରୋଗୀଙ୍କୁ ଅନ୍ୟ କୋଭିଡ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି । ଆସନ୍ତା 20 ତାରିଖରୁ ପୁନଶ୍ଚ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭାବେ କାର୍ଯ୍ୟ କରିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି । ତେବେ ହସ୍ପିଟାଲକୁ ପୁଣି ଥରେ ଆରମ୍ଭ କରିବା ପୂର୍ବରୁ ଏହାକୁ ବିଶୋଧନ କରାଯିବ । ଏନେଇ ସାନିଟାଇଜ କାର୍ଯ୍ୟ ଜୋରସୋରରେ ଚାଲିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ