ETV Bharat / city

ଅଫଲାଇନ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ସମ୍ବଲପୁର, ପରୀକ୍ଷା ଦେବେ ୧୭୮୦ ପରୀକ୍ଷାର୍ଥୀ - Sambalpur offline matriculation exams

ଆସନ୍ତାକାଲି(ଶୁକ୍ରବାର) ଠାରୁ ସାରା ରାଜ୍ୟରେ ଅଫଲାଇନ ମାଟ୍ରିକ ପରୀକ୍ଷା । ସମ୍ବଲପୁର ଜୋନର ୯ ଗୋଟି ଜିଲ୍ଲାର ୬୭ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୭୮୦ ପରୀକ୍ଷାର୍ଥୀ ଅଫଲାଇନରେ ସକାଳ ୧୦ଟାରୁ ୧୨ଟା ଯାଏଁ ପରୀକ୍ଷା ଦେବେ । ଅଧିକ ପଢନ୍ତୁ...

ଅଫଲାଇନ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ସମ୍ବଲପୁର: ପରୀକ୍ଷା ଦେବେ ୧୭୮୦ ପରୀକ୍ଷାର୍ଥୀ

author img

By

Published : Jul 29, 2021, 10:40 PM IST

ସମ୍ବଲପୁର: ଆସନ୍ତାକାଲି(ଶୁକ୍ରବାର) ଠାରୁ ସାରା ରାଜ୍ୟରେ ଅଫଲାଇନ ମାଟ୍ରିକ ପରୀକ୍ଷା । ଏହି ଅଫଲାଇନ ପରୀକ୍ଷା ଆସନ୍ତା ୫ ତାରିଖ ଯାଏଁ ଚାଲିବ । ଏଥିପାଇଁ ସମ୍ବଲପୁର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ସମ୍ବଲପୁର ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦିଆଯାଇଛି । ସମ୍ବଲପୁର ଜୋନର ଅଧିନସ୍ଥ ୯ ଗୋଟି ଜିଲ୍ଲାରେ ଜୋନ ପକ୍ଷରୁ ପରୀକ୍ଷା ସୁପରିଚାଳନା ପାଇଁ ୩ଟି ସ୍କାର୍ଡ ଗଠନ କରାଯାଇଛି ।

ଅଫଲାଇନ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ସମ୍ବଲପୁର: ପରୀକ୍ଷା ଦେବେ ୧୭୮୦ ପରୀକ୍ଷାର୍ଥୀ

ଏହା ସହ ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ଓ ଏସପିଙ୍କର ମଧ୍ୟ ପରୀକ୍ଷା ପରିଚାଳନା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ରହିଛି । ସମ୍ବଲପୁର ଜୋନର ୯ ଗୋଟି ଜିଲ୍ଲାର ୬୭ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୭୮୦ ପରୀକ୍ଷାର୍ଥୀ ଅଫଲାଇନରେ ସକାଳ ୧୦ଟାରୁ ୧୨ଟା ଯାଏଁ ପରୀକ୍ଷା ଦେବେ । ତେବେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ୭ ଗୋଟି ପରୀକ୍ଷା କେନ୍ଦ୍ରରେ ୨୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସମ୍ବଲପୁର ଜୋନର ଉପ ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.