ସମ୍ବଲପୁର: ଆଜିଠୁ ସମଲେଶ୍ବରୀ ମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ସଞ୍ଜୟ ବାବୁ ।
ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟ ବନ୍ଦ ରହିବ ମନ୍ଦିର । କେବଳ ସମଲେଶ୍ବରୀଙ୍କ ରୀତିନୀତି ଓ ବିଧି ଅନୁସାରେ ପୂଜକ ମାନଙ୍କ ଦ୍ୱାରା ସମ୍ପାଦିତ ହେବ ପୂଜାର୍ଚ୍ଚନା । କେବଳ ସମଲେଶ୍ବେରୀ ମନ୍ଦିର ନୁହେଁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।
ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ