ETV Bharat / city

ଶୀତଳଷଷ୍ଠୀ ଯାତ୍ରା: ପତରପେଣ୍ଡି ନୀତି ସମ୍ପର୍ଣ୍ଣ - ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ଦୁଲୁକୁଛି ସମ୍ବଲପୁର, ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଧୁମଧାମରେ ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପରମ୍ପରା ମୁତାବକ ନନ୍ଦପଡ଼ାରେ ବମ ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପତରପଣ୍ଡି ବା ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି । ଅଧିକ ପଢ଼ନ୍ତୁ

patarapendi ritual of sambalpur shital sasthi yatra
ଶୀତଳଷଷ୍ଠୀ ଯାତ୍ରା: ସମ୍ପର୍ଣ୍ଣ ହେଲା ପତରପେଣ୍ଡି ନୀତି
author img

By

Published : Jun 1, 2022, 12:23 PM IST

ସମ୍ବଲପୁର: ଦୁଲୁକୁଛି ସମ୍ବଲପୁର, ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଧୁମଧାମରେ ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପରମ୍ପରା ମୁତାବକ ନନ୍ଦପଡ଼ାରେ ବମ ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପତରପଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପାରମ୍ପରିକ ବାଜା ସହ ଆକର୍ଷଣୀୟ ଶୋଭଯାତ୍ରାରେ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିଲା ।

ଶୀତଳଷଷ୍ଠୀ ଯାତ୍ରା: ସମ୍ପର୍ଣ୍ଣ ହେଲା ପତରପେଣ୍ଡି ନୀତି

ପୂଜାର୍ଚ୍ଚନା ପରେ ଗତକାଲି ରାତି ୮ଟା ସମୟରେ କନ୍ୟା ଅନ୍ବେଷଣରେ ବର ପିତା ଓ ସପ୍ତଋଷି ବାହାରି ଥିଲେ । ପାରମ୍ପାରିକ ବାଜା,ଶଙ୍ଖ, ଘଣ୍ଟର ତାଳେ ତାଳେ ବାହାରିଥିଲା ବାଲୁଙ୍କେଶ୍ବର ବାବାଙ୍କ କନ୍ୟା ଅନ୍ବେଷଣର ଶୋଭାଯାତ୍ରା । ଏହା ପରେ ବରପିତା କନ୍ୟାଙ୍କ ପିତାମାତା ହୋଇଥିବା ଗିରିଷ ପଟେଲ ଓ ହଂସା ପଟେଲଙ୍କ ଘରକୁ ପହଞ୍ଚିଥିଲେ । କନ୍ୟାଘର ପକ୍ଷରୁ ବରପକ୍ଷଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇ ଘରକୁ ପାଛୋଟି ନିଆଯାଇଥିଲା । ବରପକ୍ଷ ପକ୍ଷରୁ ଆସିଥିବା ସପ୍ତଋଷି ନିଜର ଆଗମନର ଅଭିପ୍ରାୟ ବିଷୟରେ କନ୍ୟା ପକ୍ଷଙ୍କୁ ଅବଗତ କରାଇ ଭଗବାନ ଶିବଙ୍କ ପାଇଁ କନ୍ୟା ଅନ୍ବେଷଣରେ ଆସିଥିବା କହି ମାତା ପାର୍ବତୀଙ୍କ ହାତ ମାଗିଥିଲେ ।

ପ୍ରଥମେ ପ୍ରସ୍ତାବରେ ଅରାଜି ହୋଇ କନ୍ୟା ଦେବାକୁ ମାତାପିତା କରିଥିଲେ । ସପ୍ତଋଷିଙ୍କ ଠାରୁ ଶିବଙ୍କ ଗୁଣଗାନ ଶୁଣିଲା ପରେ ପରବର୍ତ୍ତୀ ସମୟରେ କନ୍ୟାପକ୍ଷ ପ୍ରସ୍ତାବରେ ରାଜି ହୋଇଥିଲେ ଏବଂ ମହାଦେବ ଓ ମାତା ପାର୍ବତୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଯାହାକୁ ସମ୍ବଲପୁର ପରମ୍ପରା ଆଧାରରେ ପତରପେଣ୍ଡି କୁହାଯାଏ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.