ETV Bharat / city

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ରଙ୍ଗବତୀ ଗୀତର ରଚୟିତା କୁଚିଣ୍ଡା ଉପଖଣ୍ଡ ବିଲଙ୍ଗ ଗ୍ରାମର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡିଛନ୍ତି । ଗତକାଲି(ମଙ୍ଗଳବାର) ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ
ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ
author img

By

Published : Dec 15, 2021, 6:54 AM IST

ସମ୍ବଲପୁର: ରଙ୍ଗବତୀ ଗୀତର ରତୟିତା କୁଚିଣ୍ଡା ଉପଖଣ୍ଡ ବିଲଙ୍ଗ ଗ୍ରାମର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡିଛନ୍ତି (Padmashri Mitravanu Gauntia)। ଗତକାଲି(ମଙ୍ଗଳବାର) ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଭିମସାର ଅଧିକ୍ଷକ ଫ୍ରଫେସର ଲାଲମୋହନ ନାଏକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଛନ୍ତି ।

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ
ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକ ତାଙ୍କୁ କୁଚିଣ୍ଡା ଡାକ୍ତରଖାନା ନେଇଥିଲେ । ସେଠାରୁ ତାଙ୍କୁ ଭିମସାରକୁ ସ୍ଥାନନ୍ତରଣ କରାଯାଇଥିଲା । ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଛି । ରଙ୍ଗବତୀ ଗୀତ ରଚନା ପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଜଣେ ଓଡ଼ିଆ ଓ ସମ୍ବଲପୁର ଗୀତିକାର ଓ ନାଟ୍ୟକାର । ସାଧାରଣ ମଣିଷର ଜୀବନଧାରା ଓ ନିତିଦିନିଆ ଚଳଣି ଓ ସାମାଜିକ ପରମ୍ପରାକୁ ନେଇ ଅନେକ ସମ୍ବଲପୁରୀ ଗୀତ ଓ ଗୀତିନାଟ୍ୟ ରଚନା କରିଛନ୍ତି । ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ରଙ୍ଗବତୀ ଗୀତ ପାଇଁ ସେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.