ସମ୍ବଲପୁର: ଜିଲ୍ଲାର ସଦର ରେଞ୍ଜ ବନ ବିଭାଗକୁ ମିଳିଛି ସଫଳତା । ନିଜେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ କରି ନିଜ ଘରେ ବିଷଧର ସାପ ସହ ବିରଳ ପ୍ରଜାତିର ସରିସୄପ ରଖିଥିବା ବେଳେ ବନବିଭାଗ ଚଢାଉ କରିବା ସହ ଜଣକୁ ଗିରଫ କରିଛି । ଏହାସହ ୟୁଟ୍ୟୁବ ଚ୍ୟାନେଲ କରିଥିବା ଅଭିଯୁକ୍ତଙ୍କ ଘରୁ ୬ ଗୋଟି ବିଷଧର ସାପ ସହ ୪ ଗୋଟି ବିରଳ ପ୍ରଜାତିର ବଡ ଆକାରର ବହୁରୂପୀ ଏଣ୍ଡୁଅକୁ ଧରିଛି ।
ସଦର ବନବିଭାଗ ରେଞ୍ଜ ତରଫରୁ ମିଳିଥିବା ସୂଚନା ମୁତାବକ ବିଷଧର ସାପ ବିକ୍ରି ହେଉଥିବା ଖବର ପାଇଁ ବନ ବିଭାଗର ସଦର ଓ ଟାଉନ ରେଞ୍ଜର ଏକ ଟିମ ମାନେଶ୍ବର ବ୍ଳକର ପାଞ୍ଚଫୁଟ ଗାଁରେ ଚଢାଉ କରି ଥିଲା । ଗାଁର ରାମଚନ୍ଦ୍ର ରଣା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଏହି ବିଷଧର ସାପ ଓ ସରିସୄପକୁ ଉଦ୍ଧାର କରିଥିଲା । ତେବେ 6 ବିଷଧର ସାପ ମଧ୍ୟରେ 3 ଟି ଭାରତୀୟ କୋବ୍ରା, 2ଟି କୋବ୍ରା , ଅନ୍ୟ ଏକ ପ୍ରକାର ବିଷଧର ସାପ ରହିଛି ।
ଏହାବି ପଢନ୍ତୁ: ଶ୍ବେତା ଆତ୍ମହତ୍ୟା ମାମଲା, ଘର ଛାଡିଲେ ସୋମ୍ୟଜିତଙ୍କ ପରିବାର ଲୋକେ
ଏହାସହ 4 ଟି ବିରଳ ପ୍ରଜାତିର ବଡ ଆକାରର ବହୁରୂପୀ ଏଣ୍ଡୁଅ ମଧ୍ୟ ରହିଛନ୍ତି । ତେବେ ଚଢାଉ ସମୟରେ ବନବିଭାଗ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ଜଣକଙ୍କ ଏକ ୟୁଟ୍ୟୁବରେ ଚ୍ୟାନେଲ ଖୋଲି ଆଖପାଖ ଅଞ୍ଚଳରେ ଲୋକଙ୍କ ଘରେ ବାହାରୁ ଥିବା ସାପକୁ ଧରିବା କାମ କରୁଥିଲେ । ଏହା ସହ ଗିରଫ ଅଭିଯୁକ୍ତଙ୍କ ଠାରୁ ବନବିଭାଗ ଏକ ମୋବାଇଲ ସହ ଗୋଟିଏ କ୍ୟାମେରାକୁ ମଧ୍ୟ ଜବତ କରିଛି । ବନ ବିଭାଗ ସାପ ବିକ୍ରି ଘଟଣାରେ ଏହାର ଆଉ କାହା ସହ ସମ୍ପର୍କ ଅଛି ନା ନାହିଁ । ସେ ନେଇ ଅଧିକ ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଥିବା ସଦର ରେଞ୍ଜ ଅଫିସର ମନୁ ଭଟ୍ଟ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସମ୍ବଲପୁର