ETV Bharat / city

କାଗଜ-କଲମରେ ଡିଜିଟାଲ ଇଣ୍ଡିଆ, ମୋବାଇଲ ସେବାରୁ ବଞ୍ଚିତ 3 ହଜାର ଲୋକ

author img

By

Published : Aug 1, 2020, 1:58 PM IST

ଟେଲି ଯୋଗାଯୋଗ କ୍ଷେତ୍ରରେ ବର୍ତ୍ତମାନ ଆମ ଦେଶରେ 5ଜି ଟେଲିଫୋନ ସେବା ଲଞ୍ଚ ହେବାକୁ ଯାଉଛି। ତେବେ ଆଜିବି ମୋବାଇଲ କଥା ଦୂରରେ ଥାଉ ଲ୍ୟାଣ୍ଡ ଲାଇନ ସେବା ପାଇଁ ଅନେଇ ବସିଛନ୍ତି 9ଟି ଗାଁର ଲୋକେ। ଅଧିକ ଖବର ପଢନ୍ତୁ...

କାଗଜ-କଲମରେ ଡିଜିଟାଲ ଇଣ୍ଡିଆ, ମୋବାଇଲ ସେବାରୁ ବଞ୍ଚିତ 3 ହଜାର ଲୋକ
କାଗଜ-କଲମରେ ଡିଜିଟାଲ ଇଣ୍ଡିଆ, ମୋବାଇଲ ସେବାରୁ ବଞ୍ଚିତ 3 ହଜାର ଲୋକ

ସମ୍ବଲପୁର: ଟେଲି ଯୋଗାଯୋଗ କ୍ଷେତ୍ରରେ ବର୍ତ୍ତମାନ ଆମ ଦେଶରେ 5ଜି ଟେଲିଫୋନ ସେବା ଲଞ୍ଚ ହେବାକୁ ଯାଉଛି। ତେବେ ଆଜିବି ମୋବାଇଲ କଥା ଦୂରରେ ଥାଉ ଲ୍ୟାଣ୍ଡ ଲାଇନ ସେବା ପାଇଁ ଅନେଇ ବସିଛନ୍ତି 9ଟି ଗାଁର ଲୋକେ। ସମ୍ବଲପୁର ଜିଲ୍ଲାର ରେଢାଖୋଲ ଉପଖଣ୍ଡର 9 ଟି ଗାଁ ଲୋକେ ବର୍ତ୍ତମାନ ଏମିତି ସମସ୍ୟା ଭିତରେ ରହୁଛନ୍ତି । ରେଢାଖୋଲ ଉପଖଣ୍ଡ ମୁଖ୍ୟାଳୟରୁ ମାତ୍ର 25 କିମି ଦୂରତାରେ ଥିବା ବୁର୍ଡା ପଞ୍ଚାୟତର 9ଟି ଗାଁର 3000 ଲୋକଙ୍କ ପାଇଁ ବର୍ତ୍ତମାନ ମଧ୍ୟ ଟେଲିଫୋନ ଆଉ ମୋବାଇଲ ସେବା ସାତ ସପନ ହୋଇ ରହିଛି।

ବିଏସଏନଏଲ । କନେକ୍ଟିଂ ଇଣ୍ଡିଆ। ଏହା ହେଉଛି ଆମ ଦେଶର ସରକାରୀ ଟେଲିଫୋନ ସେବା କମ୍ପାନୀ ବିଏସଏନଏଲର ଟ୍ୟାଗ ଲାଇନ। ହେଲେ ଏହି ଟ୍ୟାଗ ଲାଇନଟି ସତେ ଯେମିତି ରେଢାଖୋଲ ବ୍ଲକର ବୁର୍ଡା ପଞ୍ଚାୟତ ପାଇଁ ଲାଇନଚ୍ୟୁତ ହୋଇଯାଇଛି। କାରଣ ଏହାରେ ଥିବା 9 ଟି ଗାଁ ବୁର୍ଡା,ବଡ଼ମାଲ, ବନ୍ତଲୋଇ, କାଣ୍ଡତୋଇଲା,ଆମ୍ବଝରୀ, ଗୁଞ୍ଜିଘରା,ଗମ୍ଭାରୀବେରଣୀ,ବଡ଼ ନୂଆପଡା ଓ କ୍ଷେତୀନାଳିରେ କୌଣସି ପ୍ରକାର ମୋବାଇଲ ନେଟୱାର୍କ ନାହିଁ। ଯାହାଫଳରେ ଏଠାରେ ରହୁଥିବା 3 ହଜାର ଲୋକେ ମୋବାଇଲର ସବୁ ସୁବିଧାରୁ ବଞ୍ଚିତ । ଯାହାଫଳରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଏମାନେ ପାଇପାରନ୍ତି ନାହିଁ ।

ଏହି ସମସ୍ୟା ନେଇ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ସ୍ଥାନୀୟ ଜନ ପ୍ରତିନିଧିଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହୋଇଯାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଏହି ପ୍ରସଙ୍ଗ ନେଇ ସମ୍ବଲପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ବିଜେଡି ନେତା ସବୁ ଦୋଷ କେନ୍ଦ୍ର ସରକାରଙ୍କ ଉପରେ ଲଦିଛନ୍ତି। ଏହା ସହ ସେ ଏନେଇ ସମ୍ବଲପୁର ସାଂସଦଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଅନ୍ୟପଟେ ସାଂସଦ ନିତେଶ ଗଙ୍ଗଦେବ ବିଭାଗୀୟ ସଂସ୍ଥା ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଗୋଟିଏ ପଟେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖୁଥିବାବେଳେ ଏମିତି ଗାଁ ଯେଉଁଠି ଆଜିବି ଟେଲିଫୋନ ସେବା ଅପହଞ୍ଚ , ଯାହା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.