ETV Bharat / city

ସମ୍ବଲପୁରରେ ହେବ MSME ପାର୍କ - msme park

ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ହେବ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ପାର୍କ । ନିଯୁକ୍ତି ପାଇବେ ଶହଶହ ବେକାର ଯୁବକ ଯୁବତୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 20, 2019, 11:10 PM IST

ସମ୍ବଲପୁର: ସମ୍ବଲପୁରରେ ହେବ ଏମଏସଏମଇ ପାର୍କ ବା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ପାର୍କ । ଜିଲ୍ଲା ପ୍ରଶାସନ ଏଥିପାଇଁ ଆବଶ୍ୟକ ଜମି ଯୋଗାଇଦେଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ସମ୍ବଲପୁର ଗସ୍ତରେ କିଛିଦିନ ତଳେ ଆସିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଏହାକୁ ସ୍ବାଗତ କରିଛନ୍ତି ସମ୍ବଲପୁର ଜିଲ୍ଲାବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିଜେ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି । ତେବେ ସବୁକିଛି ସେ ଜିଲ୍ଲା ପ୍ରଶାସନର ନିଷ୍ପତି ଉପରେ ଛାଡିଛନ୍ତି । ଏନେଇ ସମ୍ବଲପୁର ଜିଲ୍ଳାପାଳଙ୍କ ସହ ଆଲୋଚନା କରି ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକ ହେବ ପ୍ରାୟ 150 ଏକର ଜମି । ଏହା ପୂର୍ବରୁ ହିଞ୍ଜିଲି ଓ କେସିଙ୍ଗାରେ ଏହି ପାର୍କ ପାଇଁ 10 କୋଟି ଲେଖାଏଁ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ସମ୍ବଲପୁର ପାଇଁ ମଧ୍ୟ 10 କୋଟି କିମ୍ବା ଆବଶ୍ୟକ ସ୍ଥଳେ ଅଧିକ ଟଙ୍କା ଦିଆଯିବ । ଏହି ଏମଏସଏମଇ ପାର୍କ ସମ୍ବଲପୁରରେ ହେଲେ ସମ୍ବଲପୁର ସହ ଆଖ ପାଖ ଜିଲ୍ଲାର ଯୁବକ ଯୁବତୀଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ଏହି ଏମଏସଏମଇ ପାର୍କରେ ଶିକ୍ଷିତ ଯୁବକ ଯୁବତୀ ବା ନିଯୁକ୍ତି ପାଇଥିବା ବିଭିନ୍ନ ଲୋକଙ୍କୁ ନିଯୁକ୍ତି ସହ ବିଭିନ୍ନ ଶିଳ୍ପ ଅନୁଷ୍ଠାନର ସ୍ଥାପନାଓ ପ୍ରକ୍ରିୟା ପଦ୍ଧତି ବିଷୟରେ ଜାଣିବାର ସୁଯୋଗ ମିଳିଥାଏ । ଶିଳ୍ପ ଅନୁଷ୍ଠାନ ପାଇଁ ଆର୍ଥିକ ସହାୟତା କେଉଁ ଆକାରରେ ସରକାରଙ୍କ ତରଫରୁ ମିଳିବ ସେନେଇ ମଧ୍ୟ ଜାଣିବାକୁ ମିଳିବ । ଏହା ଦ୍ବାରା ଯୁବପିଢୀ ନିଜେ ଶିଳ୍ପ ଅନୁଷ୍ଠାନ କରିବା ପାଇଁ ପ୍ରୋତ୍ସାହନ ପାଇପାରିବେ । ତେବେ ବାକି ରହିଲା ଜିଲ୍ଲା ପ୍ରଶାସନର ଜମି ଯୋଗାଇବ ଉପରେ ନିର୍ଭର କରୁଛି ଏହି ଶିଳ୍ପର ଭବିଷ୍ୟତ । ଜିଲ୍ଲା ପ୍ରଶାସନ ଯେତେ ଶିଘ୍ର ଜମି ଯୋଗାଇ ସେତେ ଶିଘ୍ର ଏହି ପାର୍କ ପ୍ରତିଷ୍ଠା ହେବ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.