ETV Bharat / city

ନିରାଡ଼ମ୍ବରରେ ଚାଲିଛି ନବମୀ ପୂଜା

ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ବଲପୁରରେ ପାଳିତ ହେଉଛି ଦେବୀ ମା' ଦୁର୍ଗାଙ୍କ ମହାନବମୀ ପୂଜା । କୋଭିଡ କଟକଣା ଯୋଗୁଁ ପୁରୋହିତ ଓ କର୍ତ୍ତାଙ୍କ ସହ ମୋଟ ୫ଜଣଙ୍କୁ ନେଇ ପୂଜାର୍ଚ୍ଚନା ଜାରି ରହିଛି । ଅଧିକ ପଢ଼ନ୍ତୁ...

author img

By

Published : Oct 14, 2021, 7:13 PM IST

ସମ୍ବଲପୁରରେ ନିରାଡ଼ମ୍ବରରେ ଚାଲିଛି ନବମୀ ପୂଜା

ସମ୍ବଲପୁର: ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ବଲପୁରରେ ପାଳିତ ହେଉଛି ଦେବୀ ମା' ଦୁର୍ଗାଙ୍କ ମହାନବମୀ ପୂଜା । କୋଭିଡ କଟକଣା ଯୋଗୁଁ ପୁରୋହିତ ଓ କର୍ତ୍ତାଙ୍କ ସହ ମୋଟ ୫ଜଣଙ୍କୁ ନେଇ ପୂଜାର୍ଚ୍ଚନା ଜାରି ରହିଛି । ପୂଜା ମଣ୍ଡପ ଗୁଡିକର ସମ୍ମୁଖରେ ପରଦା ଘୋଡ଼ାଇ ଦିଆଯାଇଛି ।

ଗତକାଲି (ବୁଧବାର) ଅଷ୍ଟମୀ ପୂଜା ହୋଇଥିବା ବେଳେ ଆଜି ସକାଳୁ ନବମୀ ପୂଜା ଜାରି ରହିଛି । ଏହାପରେ ନବ କନ୍ୟା ପୂଜା ଓ ଚଣ୍ଡୀ ହୋମର ବିଧି ରହିଛି । ସମ୍ବଲପୁରର ଧନୁପାଲି, ଗୋବିନ୍ଦତୋଳା, ଜିଲ୍ଲା ସ୍କୁଲ ଛକ, ସାକ୍ଷୀପଡା, ଫାଟକ ଆଦି ପ୍ରମୂଖ ପୂଜା ମଣ୍ଡପଗୁଡ଼ିକରେ କୋଭିଡ କଟକଣାରେ ପୂଜା କରାଯାଉଛି । ଶ୍ରଦ୍ଧାଳୁମାନେ ସନ୍ଧ୍ୟା ବେଳେ ଏକ ନିର୍ଦ୍ଧିଷ୍ଟ ସମୟରେ ଦୂରରେ ରହି ଦେବୀ ମା'ଙ୍କ ଦର୍ଶନ କରୁଛନ୍ତି ।

ମା' ଦୁର୍ଗାଙ୍କ ପୂଜା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ମା' ଦୁର୍ଗା ଙ୍କ ବିଜୟା ଦଶମୀ ପୂଜା ଅନୁଷ୍ଠିତ ହେବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.