ETV Bharat / city

ଏନଏଲସି ଇଣ୍ଡିଆରେ ସ୍ଥାନୀୟ ନିଯୁକ୍ତି ଶୂନ, ଆରଟିଆଇ ତଥ୍ୟ !

ତଲାବିରା ସ୍ଥିତି ଏନଏଲସି ଇଣ୍ଡିଆ କମ୍ପାନୀରେ ସ୍ଥାନୀୟ ନିଯୁକ୍ତି ଶୂନ। ଏନଏଲସିଇଣ୍ଡିଆ କମ୍ପାନୀ ଜଣେ ବି ଜମିହରା ସ୍ଥାନୀୟ ନିଯୁକ୍ତି ପାଇନଥିବା ସୂଚନା ମିଳିଛି ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ। ଅଧିକ ପଢନ୍ତୁ...

ଏନଏଲସି ଇଣ୍ଡିଆରେ ସ୍ଥାନୀୟ ନିଯୁକ୍ତି ଶୂନ, ଆରଟିଆଇ ତଥ୍ୟ!

author img

By

Published : Apr 16, 2021, 10:25 AM IST

Updated : Apr 16, 2021, 1:11 PM IST

ସମ୍ବଲପୁର: ରେଙ୍ଗାଲୀ ବ୍ଲକର ତଲାବିରା ସ୍ଥିତି ଏନଏଲସି ଇଣ୍ଡିଆ କମ୍ପାନୀରେ ସ୍ଥାନୀୟ ନିଯୁକ୍ତି ଶୂନ। ଏହିପରି ଦାବି କରିଛନ୍ତି ସମ୍ବଲପୁରର କେତେକ ସୂଚନା ଅଧିକାର କର୍ମୀ। ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ସୂଚନା ଅନୁସାରେ, ଏନଏଲସିଇଣ୍ଡିଆ କମ୍ପାନୀ ଜଣେ ବି ଜମିହରା ସ୍ଥାନୀୟ ନିଯୁକ୍ତି ପାଇନଥିବା ସୂଚନା ମିଳିଛି ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ।

ବିଧାନସଭାରେ ରେଙ୍ଗାଲୀ ବିଧାୟକ ନାଉରୀ ନାଏକଙ୍କ ପ୍ରଶ୍ନର ଉତ୍ତରରେ ଖଣି ମନ୍ତ୍ରୀ ଏନଏଲସି ଇଣ୍ଡିଆ କମ୍ପାନୀ ରେ 141 ଜଣଙ୍କୁ ସ୍ଥାନୀୟ ନିଯୁକ୍ତି ଦିଆଯାଇଛି ବୋଲି କହିଥିଲେ। ସୂଚନା ଅଧିକାର ଆଇନ ବଳରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିଳିଥିବା ସୂଚନା ଅନୁସାରେ ଏନଏଲସି ଇଣ୍ଡିଆ କମ୍ପାନୀରେ ଜଣେବି ଜମିହରା ନିଯୁକ୍ତି ପାଇଁ ନଥିବା ସୂଚନା ରହିଛି।

ଏନଏଲସି ଇଣ୍ଡିଆରେ ସ୍ଥାନୀୟ ନିଯୁକ୍ତି ଶୂନ, ଆରଟିଆଇ ତଥ୍ୟ !

ତେବେ ଜମିହରାଙ୍କୁ କମ୍ପାନୀ କେବଳ ଆର ଆର ପଲିସିରେ କ୍ଷତିପୂରଣ ଦେଇଛି। ଗତ ଜାନୁଆରୀ 23 ରେ ଏହି ତଥ୍ୟ ପାଇଁ ଆବେଦନ କରାଯାଇଥିବା ବେଳେ ମାର୍ଚ୍ଚ 28 ରେ ଏହି ତଥ୍ୟ ମିଳିଥିଲା। ସୂଚନାଯୋଗ୍ୟ ଯେ ଏହି କୋଇଲା ଖଣି ଯୋଗୁ 5ଟି ଗାଁର 10ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 16, 2021, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.