ETV Bharat / city

Nuakhai 2022, ଧାର୍ଯ୍ୟ ହେଲା ଶୁଭଲଗ୍ନ - ନୂଆଖାଇ ପାଇଁ ଶୁଭଲଗ୍ନ

ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ସ୍ଥିରୀକୃତ ହୋଇଛି । ଅଧିକ ପଢନ୍ତୁ

Nuakhai 2022, ଧାର୍ଯ୍ୟ ହେଲା ଶୁଭଲଗ୍ନ
Nuakhai 2022, ଧାର୍ଯ୍ୟ ହେଲା ଶୁଭଲଗ୍ନ
author img

By

Published : Aug 19, 2022, 6:57 PM IST

ସମ୍ବଲପୁର: ବାହାରିଲା ଚଳିତବର୍ଷର ନୂଆଖାଇ (Nuakhai Festival2022) ପାଇଁ ଶୁଭଲଗ୍ନ । ଆଜି ସନ୍ଧ୍ୟା ୫ଟା ସମୟରେ ସମ୍ବଲପୁର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିର ଠାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ଦ୍ବାରା ଆୟୋଜିତ ଏକ ପଣ୍ଡିତ ଓ ଜ୍ୟୋତିଷ୍କ ମାନଙ୍କ ସଭାରେ ନୂଆଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ ହୋଇଛି ।

ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଇଂରାଜୀ ତାରିଖ ସେପ୍ଟେମ୍ବର ୧ ଗୁରୁବାର ସକାଳ ୧୦ଟା ୫୬ମିନିଟରୁ ୧୧ଟା ୧୦ ମିନିଟ ମଧ୍ୟରେ ନୂଆଖାଇ ପାଇଁ ମା' ସମଲେଶ୍ବରୀଙ୍କ ଠାରେ ନବାନ୍ନ ବା ନୂଆ ଚାଉଳର ଭୋଗ ଲାଗିବ । ଏହା ପରେ ଘରେ ଘରେ ନୂଆଖାଇ ପାଳନ ହେବ । କୃଷି ଭିତ୍ତିକ ପର୍ବ ନୂଆଖାଇ ପାଇଁ ଲଗ୍ନ ସ୍ଥିରୀକୃତ ହୋଇଥିବା ବେଳେ ଏନେଇ ଆଜି ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ଏହି ବୈଠକରେ ୧୦ ଜଣ ପଣ୍ଡିତ ସାମିଲ ହୋଇଥିଲେ । ଦୀର୍ଘ ବର୍ଷ ହେଲା ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ନୂଆଖାଇ ପାଇଁ ଶୁଭଲଗ୍ନ ସ୍ଥିରୀକୃତ ହୋଇଆସୁଛି । ସୂଚନା ଥାଉ କି ଏହି ପର୍ବକୁ ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଧୁମଧାମରେ ପାଳନ କରାଯାଏ । ଚାଷୀମାନେ ପ୍ରଥମ କରି ଅମଳ କରିଥିବା ଧାନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.