ETV Bharat / city

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବାକୁ ଷଡଯନ୍ତ୍ର ଅଭିଯୋଗ, ବିରୋଧ କଲା କୋଶଲ ସେନା - ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର

ଜିଲ୍ଲାରୁ ରାଜ୍ୟ ବାହାରକୁ ସ୍ଥାନାନ୍ତର ହେବାକୁ ଯାଉଛି ଦୂରଦର୍ଶନ କେନ୍ଦ୍ର । ଆଉ ଏହାକୁ ପ୍ରତିରୋଧ କରି କୋଶଲ ସେନା ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ...

ଦୂରଦର୍ଶନ କେନ୍ଦ୍ର ବନ୍ଦ କରିବାକୁ ଷଡଯନ୍ତ୍ର କରାଯାଉଥିବା ନେଇ କୋଶଲ ସେନାର ଅଭିଯୋଗ

author img

By

Published : Aug 3, 2021, 5:57 PM IST

ସମ୍ବଲପୁର: ଜିଲ୍ଲାରେ ଥିବା ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରାଯିବାକୁ ଷଡଯନ୍ତ୍ର ହେଉଥିବା ନେଇ ଅଭିଯୋଗ କରିବା ସହ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଛି କୋଶଲ ସେନା । ଧିରେ ଧିରେ ଏଠାରେ ଥିବା ଯନ୍ତ୍ରପାତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ଏଠାକୁ ଆସୁଥିବା ପାଣ୍ଠିକୁ କମ କରି ଦିଆଯାଇଛି। ଆଉ ଏହାକୁ ତୀବ୍ର ବିରୋଧ କରିଛି କୋଶଲ ସେନା ।

ଦୂରଦର୍ଶନ କେନ୍ଦ୍ର ବନ୍ଦ କରିବାକୁ ଷଡଯନ୍ତ୍ର କରାଯାଉଥିବା ନେଇ କୋଶଲ ସେନାର ଅଭିଯୋଗ

ଏନେଇ ଆଜି( ମଙ୍ଗଳବାର) ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବରୁ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ଓବି(Outside Broadcasting) ଭ୍ୟାନକୁ ଇମ୍ଫାଲକୁ ପଠାଇ ଦିଆଯାଇଥିବା ବେଳେ ବର୍ତ୍ତମାନ ଏହାର ଆଉଟ ଡୋର କ୍ୟାମେରାକୁ ମୁଜାଫରପୁରକୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ହୋଇଛି ।

ଏପରିକି ପୂର୍ବାପେକ୍ଷା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯେଉଁ ପାଣ୍ଠି ଆସୁଥିଲା ଏବେ ସେଥିରେ ମଧ୍ୟ ହ୍ରାସ ପାଉଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପଟେ ଖାଲି ଥିବା ପଦଵୀ ଗୁଡିକୁ ମଧ୍ୟ ପୂପରଣ କରାଯାଉନାହିଁ । ତେବେ ଆଗକୁ ସରକାରଙ୍କ ଏଭଳି ମନୋବୃତି ଜାରି ରହିଲେ ତୀବ୍ର ଆନ୍ଦୋଳନ ହେବ ବୋଲି କୋଶଲ ସେନା ଚେତାବନୀ ଦେଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.