ETV Bharat / city

ରକ୍ତଦାତା ଦିବସ: ସମ୍ବଲପୁରରେ 83 ୟୁନିଟ୍‌ ରକ୍ତ ସଂଗ୍ରହ

ଆଜି(ଶୁକ୍ରବାର) ହେଉଛି ବିଶ୍ୱ ରକ୍ତଦାତା ଦିବସ । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଠାରେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡବ୍ୟାଙ୍କ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ୮୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 14, 2019, 10:29 PM IST

ସମ୍ବଲପୁର: ଆଜି (ଶୁକ୍ରବାର) ହେଉଛି ବିଶ୍ୱ ରକ୍ତଦାତା ଦିବସ । ରକ୍ତଦାତା ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିବା ସହ ଜନଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ସବୁଠି ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଠାରେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡବ୍ୟାଙ୍କଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ସହରର ୧୦ରୁ ଅଧିକ ରକ୍ତଦାନ ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନଙ୍କୁ ନେଇ ଜିଲ୍ଲା ପ୍ରଶାସନ ଓ ବ୍ଲଡ୍‌ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଏହା ଆୟୋଜନ ହୋଇଥିଲେ । ରକ୍ତଦାନ ଶିବିରକୁ ସମ୍ବଲପୁର ବ୍ଲଡ ବ୍ୟାଙ୍କର ଅଧିକାରୀମାନେ ପରିଚାଳନା କରିଥିବାବେଳେ ଅନେକ ଲୋକ ରକ୍ତଦାନ କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ସମ୍ବଲପୁର: ଆଜି (ଶୁକ୍ରବାର) ହେଉଛି ବିଶ୍ୱ ରକ୍ତଦାତା ଦିବସ । ରକ୍ତଦାତା ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିବା ସହ ଜନଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ସବୁଠି ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଠାରେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡବ୍ୟାଙ୍କଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ସହରର ୧୦ରୁ ଅଧିକ ରକ୍ତଦାନ ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନଙ୍କୁ ନେଇ ଜିଲ୍ଲା ପ୍ରଶାସନ ଓ ବ୍ଲଡ୍‌ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଏହା ଆୟୋଜନ ହୋଇଥିଲେ । ରକ୍ତଦାନ ଶିବିରକୁ ସମ୍ବଲପୁର ବ୍ଲଡ ବ୍ୟାଙ୍କର ଅଧିକାରୀମାନେ ପରିଚାଳନା କରିଥିବାବେଳେ ଅନେକ ଲୋକ ରକ୍ତଦାନ କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ସ୍ଲଗ :-ଲବଣ ଶ୍ରମିକ ଙ୍କ ଜୀବିକା ବିପନ୍ନ-ବହୁ   ଏକର ଜମି ପଡିଆ ପଡିରହିଛି   ...  
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ  :ସ୍ୱତନ୍ତ୍ର ପ୍ୟାକେଜ,
ସ୍ଥାନ       :ବ୍ରହ୍ମପୁର,
ତାରିଖ    : ୧୪-୦୬-୧୯. -( ଭିଜୁଆଲ Majo ରେ ଯାଇଛି .)
 (ଆଙ୍କର):- ରାଜ୍ୟର ଲୁଣ ଚାଷ କହିଲେ ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳକୁ  ମନେ ପଡେ । ହେଲେ ଗତ କିଛି ବର୍ଷ ମଧ୍ୟରେ ଏଠାରେ ସ୍ଥାନୀୟ ଅଞ୍ଚଳର ଲବଣ ଚାଷୀ ଉତ୍ପାଦନ କରୁଥିବା ଲୁଣର ବଜାରରେ ସଠିକ୍ ମୂଲ୍ୟ ମିଳିପାରୁନଥିବା ବେଳେ ଅନ୍ୟପଟେ ସମୁଦ୍ରପାଣି ଚାଷ ଜମି ନିକଟକୁ ଆସିବା ଏକ ପ୍ରକାର କଷ୍ଟକର ହୋଇପଡୁଛି  । ଯାହାକୁ ନେଇ ପାରମ୍ପାରିକ ଲୁଣ ଚାଷ ପ୍ରତି ବିମୁଖ ହୋଇ ଦାଦନ ଅଭିମୁଖେ ଅଞ୍ଚଳବାସିନ୍ଦା  । ମୋଟ ୧୨ଶହ ଏକର ଲୁଣ ଚାଷ ମଧ୍ୟରୁ ମାତ୍ର ୧୬୦ ଏକର ଜମିରେ ଚାଲିଛି ଏହି ଲୁଣ ଚାଷ । ସେପଟେ ଘଟଣାକୁ ଗୁରୁତ୍ତର ସହ ନେଇ ଏହି ସମ୍ପର୍କରେ ଏକ ବୈଠକ କରି ସରକାର ଙ୍କୁ ଅବଗତ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ   ।
(ଭି.ଓ-୧)- ବର୍ଷ ବର୍ଷ ଧରି  ଗଞ୍ଜାମ ଜିଲ୍ଲାର ହୁମା  ଅଞ୍ଚଳର ବହୁ ଶ୍ରମିକ  ସମୁଦ୍ର ଜଳ କୁ ଆଣି ନିଜର ଚାଷ ଜମିରେ ଲୁଣ ମାରି ଜୀବିକା ନିର୍ବାହ କରିଆସୁଥିବା ବେଳେ ଏହି ଲବଣ ଶ୍ରମିକଙ୍କ ଜୀବିକା ବିପନ୍ନ  ।  ଲୁଣ  ମାରିବା ପାଇଁ ଚାଷ ଜମିରେ ଶ୍ରମିକଟିଏ  ତାର ପରିବାର ବର୍ଗ ସହିତ ଅତ୍ୟନ୍ତ କଷ୍ଟରେ ସମୁଦ୍ର ଜଳରୁ ଲୁଣ ଆଦାୟ କରୁଥିଲେ ମଧ୍ୟ ତାହାର ସଠିକ ମୂଲ୍ୟ ମିଳିପାରୁନଥିବା ବେଳେ ସମୁଦ୍ରପାଣି ଚାଷ ଜମି ନିକଟରେ ପହଞ୍ଚିବା ଏକ ପ୍ରକାର କଷ୍ଟକର ହୋଇପଡୁଛି  । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ  । କିଏ ବାଧ୍ୟ ହୋଇ ଲୁଣ ଚାଷକୁ ଯେନତେନ ପ୍ରକାରେ କରୁଥିବା ବେଳେ ଅନେକ ଏବେ ଏଥିପ୍ରତି ବିମୁଖ ହୋଇ ଦାଦନ ଖଟିବା ଅଭିମୁଖେ ବାହାର ରାଜ୍ୟକୁ ଚାଲିଯାଇଥିବାରୁ ଶହ ଶହ ଏକର  ଜମି ପଡିଆ ପଡି ରହିଥିବା ଦେଖାଯାଇଛି  ।
ବାଇଟ-୧-କାଙ୍ଗାଳୀ ତରେଇ(ଲୁବଣ ଚାଷୀ)
ବାଇଟ-୨ ସୁରଥ ପାହାନ(ପୂର୍ବତନ ବ୍ଲକ ଅଧ୍ୟକ୍ଷ,ଗଞ୍ଜାମ)
(ଭି.ଓ-୨)-ହୁମ୍ମା ଅଞ୍ଚଳରୁ ପୂର୍ବରୁ ହଜାର ହଜାର ଟନ ଲୁଣ ସଂଗ୍ରହ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ ହେଉଥିବା ବେଳେ ଏବେ ହୁମାର ଲୁଣ ଚାଷୀ ଲୁଣ ଚାଷ କରିବାରୁ ମୁହଁ ଫେରାଇ ନେଉଛନ୍ତି । ଏହାର କାରଣ ଅନୁଧ୍ୟାନ କଲେ ଜମିରେ ସେମାନେ ଯେଉଁ ପରିମାଣର ଶ୍ରମଦାନ କରୁଛନ୍ତି ସେହି ଅନୁପାତରେ ଲିଜ୍ ଧାରୀଙ୍କ ଠାରୁ ଉଚିତ ପାରିଶ୍ରମିକ ମିଳୁନାହିଁ । ସେପଟେ ବଜାରରେ ଲୁଣ ପ୍ୟାକେଟ ପିଛା ୧୨ ରୁ ୧୫ ଟଙ୍କା ଥିବା ବେଳେ ଚାଷୀ କିଲୋ ପିଛା ମାତ୍ର ୫୦ ପଇସାରୁ ଏକ ଟଙ୍କାରେ ଲୁଣ ବିକ୍ରି କରିଥାଆନ୍ତି । ରାଜ୍ୟରେ ସର୍ବାଧିକ ଲୁଣ ଉତ୍ପାଦନ କରୁଥିବା ହୁମା ଗତ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଲୁଣ ଉତ୍ପାଦନ ବନ୍ଦ ରହିଛି। ରାଜ୍ୟରେ ବର୍ଷକୁ ପ୍ରାୟ ୬ ରୁ ୭  ଲକ୍ଷ ଟନ ଲୁଣର ଆବଶ୍ୟକ ପଡୁଥିବା କୁହାଯାଉଥିବା  ବେଳେ ଏହାର ଉତ୍ପାଦନ କମିବାରେ ଲାଗିଥିବାରୁ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବୀ କରିଛନ୍ତି  । ଏପରିକି ଦୀର୍ଘ ଦିନ ଧରି ଲବଣ ଉତ୍ପାଦନ ହୋଇନପାରିନଥିବା ଜମିକୁ ଶ୍ରମିକ ମାନଙ୍କୁ ଲିଜ ସୂତ୍ରରେ ଦେବା ଏବଂ ଏହି ଲବଣ ଶ୍ରମିକ ମାନଙ୍କୁ    ନିର୍ମାଣ ଶ୍ରମିକ ଯୋଜନାରେ ସାମିଲ କରିବାକୁ ଦାବୀ କରାଯାଇଛି  ।  
ବାଇଟ-୩- ପ୍ରମୋଦ ପ୍ରଧାନ(ଲୁଣ ଚାଷୀ)
ବାଇଟ-୪-ଲୁଣ ଚାଷୀ 
(ଭି.ଓ-୩)-ସେପଟେ ଲବଣ ଶ୍ରମିକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟକୁ  ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ଏହି ବିଷୟକୁ ନେଇ ଏକ ଜରୁରୀ ବୈଠକ କରାଯିବା ଆଲୋଚନା କରାଯିବା ସହ ଲବଣ ବିଷୟ କେନ୍ଦ୍ରୀୟ ବିଷୟ ହୋଇଥିବାରୁ  ଏହାକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଲବଣ ବୋର୍ଡ  ଙ୍କୁ ଅବଗତ  କରାଯିବ ବୋଲି କହିଛନ୍ତି  । 
ବାଇଟ୍  -ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ-ଗଞ୍ଜାମ)
  ରିପୋର୍ଟର ପି.ଟୁ.ସି(ସମୀର ଆଚାର୍ଯ୍ୟ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.