ETV Bharat / city

Migratory Bird Census Report: ହୀରାକୁଦକୁ ଚଳିତ ବର୍ଷ ଆସିଛନ୍ତି 2.08 ଲକ୍ଷ ବିଦେଶୀ ପକ୍ଷୀ - ସମ୍ବଲପୁର ଖବର

ଚଳିତ ବର୍ଷ ହୀରାକୁଦକୁ ଆସିଛନ୍ତି 104 ପ୍ରଜାତିର 2.08ଲକ୍ଷ ପକ୍ଷୀ । ଏଥର 19ଟି ନୂଆ ପ୍ରଜାତିର ପକ୍ଷୀଙ୍କ ଆଗମନ। ଅଧିକ ପଢନ୍ତୁ

ହୀରାକୁଦରେ ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା : ଚଳିତ ବର୍ଷ ଆସିଛନ୍ତି 2.08ଲକ୍ଷ ପକ୍ଷୀ

author img

By

Published : Jan 10, 2022, 6:45 PM IST

ସମ୍ବଲପୁର: ଶୀତରେ ରାଜ୍ୟକୁ ଆସିଛନ୍ତି ବିଦେଶୀ ଅତିଥି । ଏମାନଙ୍କ ଆଗମନରେ ପ୍ରକୃତିରାଣୀର ଶୋଭା ବୃଦ୍ଧି ପାଇଛି । ଗତ 7 ତାରିଖରେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବନ ବିଭାଗ ପକ୍ଷୀଗଣନା ଆରମ୍ଭ ହୋଇଛି । ଏନେଇ ଆଜି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଚଳିତ ବର୍ଷ 104 ଟି ପ୍ରଜାତିର ମୋଟ 2.08 ଲକ୍ଷ ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଛନ୍ତି । ଏହାସହ ଏଥର 19ଟି ନୂଆ ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଥିବା ଜଣାପଡିଛି।

ହୀରାକୁଦରେ ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା : ଚଳିତ ବର୍ଷ ଆସିଛନ୍ତି 2.08ଲକ୍ଷ ପକ୍ଷୀ

ଏଥର ବ୍ଲାକ ବିଟେମ (Black Bittem), ପେରିଗ୍ରୀନ ଫାଲକନ( Perigrine Falcon) , ସ୍ବିଫ୍ଟ (Swift), ବ୍ଲାକ ହେଡେଡ ଲିବିସ(Black headed Lbis) , ରୁଡି କ୍ରେକ୍(Ruddy Crake) , ହ୍ବାଇଟ ବେଲିଡ ସି (White Bellied Sea) ଓ ଇଗଲ (Eagle) ରହିଛନ୍ତି । ସେହିପରି ଫୁଲଭୋସ୍ ୱିଷ୍ଟଲିଂ ଡକ୍ (Fulvouswhistling Duck),ପିଡବଚଚାର୍ଟ (Piedbushchart) , ଲଙ୍ଗ ଟେଲଡ ସ୍ରିକ (Long tailed Shrike) , ଷ୍ଟ୍ରିଟେଡ୍ ହେରୋନ୍ (Striated Heron) ,ପ୍ୟାଡି ଫିଲଡ ପିପିଟ( Paddyfield Pipit) , ବ୍ଲାକ ସୋଲଡର କାଇଟ(Black Shoulder Kite) , ବିୟର୍ସ ପୋଚାର୍ଡ (Bear's Pochard) , ଓ୍ବେଷ୍ଟର୍ଣ୍ଣ ୟେଲୋ ଓ୍ବାଗଟେଲ (Western Yellow wagtail) , ନୋବ ବିଲ୍ଡ୍ ଡକ୍ (Knob Billed Duck) , ସାଇବରିଆନ୍ ରୁବି ଥ୍ରୋଟ(Siberian Rubby Throat), ରେଡୱିଙ୍ଗ୍ ବୁଶ୍ ଲାର୍କ (Redwinged Bush Lark) , କ୍ରେଷ୍ଟେଡ୍ ଲାର୍କ (Crested Lark) ଓ ଗ୍ରୀନ ସ୍ୟାଣ୍ଡ ପିପର (Green Sand Piper) ଆଦି ପ୍ରଜାତିର ପକ୍ଷୀ ଆସିଛନ୍ତି।

ଚଳିତ ବର୍ଷ ଲେଜର ଓ୍ବିସଲିଙ୍ଗ ଡକ (Lesser Whistling Duck) 52337, ଟୁଫଟେଡ ଡକ (Tufted Duck) 27677, କମନ କୋର୍ଟ (Common Coot) 21244, ଲିଟିଲ କର୍ମୋରାର୍ଣ୍ଣ (Little Cormorant) 13176 ଓ ରେଡ କ୍ରିସଟେଡ ପୋଚାର୍ଡ (Red Crested Pochard) 11220 ସଂଖ୍ୟକ ଆସିଥିବା ସୂଚନା ଦିଆଯାଇଛି। ଏହା ସହ ଚଳିତ ବର୍ଷ ବିଗତ ବର୍ଷ ଗୁଡ଼ିକ ଅପେକ୍ଷା ସର୍ବାଧିକ ପକ୍ଷୀ ଆସିଥିବା ସୂଚନା ଦିଆଯାଇଛି। ଗତ ବର୍ଷ 98 ପ୍ରକାର ର 1.24 ଲକ୍ଷ ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ 104 ପ୍ରଜାତିର 2.08 ଲକ୍ଷ ପକ୍ଷୀ ଆସିଥିବା ଡି ଏଫ ଓ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.