ETV Bharat / city

ସମ୍ବଲପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀ, GMU ନୂତନ ପ୍ରଶାସନିକ ବିଭାଗ କୋଠାର କଲେ ଉଦଘାଟନ - ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ମନ୍ତ୍ରୀ ରୋହିତ ପୂଜାରୀ

ସମ୍ବଲପୁର ଗସ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ନୂତନ ପ୍ରଶାସନିକ ବିଭାଗ କୋଠାର କଲେ ଉଦଘାଟନ । ଅଧିକ ପଢନ୍ତୁ

ସମ୍ବଲପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀ, GMU ନୂତନ ପ୍ରଶାସନିକ ବିଭାଗ କୋଠାର କଲେ ଉଦଘାଟନ

author img

By

Published : Aug 11, 2022, 9:21 PM IST

ସମ୍ବଲପୁର: ଜିଲ୍ଲା ଗସ୍ତରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ । ଆଜି ସେ ସମ୍ବଲପୁର ଗସ୍ତରେ ଆସି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ (GMU) ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନୂତନ ପ୍ରଶାସନିକ ବିଭାଗର କୋଠାର ଉଦଘାଟନ କରିଛନ୍ତି ।

ସମ୍ବଲପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀ, GMU ନୂତନ ପ୍ରଶାସନିକ ବିଭାଗ କୋଠାର କଲେ ଉଦଘାଟନ

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ନୂତନ ପ୍ରଶାସନିକ ବିଭାଗର କୋଠାର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଏହି ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଏମ ବିଶ୍ବବିଦ୍ୟାଳୟର ବସନ୍ତପୁରରେ ତିଆରି ହେଉଥିବା ଏକାଡେମିକ ବିଲ୍ଡିଂର ମଧ୍ୟ ଶୁଭ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷଟିଏ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ଆଗାମୀ ଦିନରେ ରାଜ୍ୟର 1 ନମ୍ବର ବିଶ୍ବବିଦ୍ୟାଳୟ ଭାବେ କିପରି ଗଢ଼ାଯାଇ ପାରିବ ସେନେଇ ଚେଷ୍ଟା କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.