ETV Bharat / city

Teacher's Day: ଛାତ୍ରଛାତ୍ରୀଙ୍କ ସହ ଗୁରୁ ଦିବସ ପାଳିଲେ ଉଚ୍ଚଶିକ୍ଷା ମନ୍ତ୍ରୀ - ଛାତ୍ରଛାତ୍ରୀଙ୍କ ସହ ମନ୍ତ୍ରୀ ରୋହିତ ପୂଜାରୀ

ସମ୍ବଲପୁରରେ ଛାତ୍ରଛାତ୍ରୀଙ୍କ ଗହଣରେ ଗୁରୁ ଦିବସ ପାଳିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଏହାସହ ଜୀବନରେ ଗୁରୁଙ୍କ ମହତ୍ତ୍ବ ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Teacher's Day: ଛାତ୍ରଛାତ୍ରୀଙ୍କ ସହ ଗୁରୁ ଦିବସ ପାଳିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

author img

By

Published : Sep 5, 2022, 7:35 PM IST

ସମ୍ବଲପୁର: ଆଜି ହେଉଛି ଗୁରୁ ଦିବସ । ଏଥିପାଇଁ ଆଜି ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଗୁରୁ ଦିବସ ପାଳନ କରାଯିବା ସହ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ଛାତ୍ରଛାତ୍ରୀ ମେଳରେ ଗୁରୁ ଦିବସ ପାଳନ କରିଛନ୍ତି ।

Teacher's Day: ଛାତ୍ରଛାତ୍ରୀଙ୍କ ସହ ଗୁରୁ ଦିବସ ପାଳିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଛାତ୍ରଛାତ୍ରୀଙ୍କ ମେଳରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି । ଆଜି ଗୁରୁ ଦିବସ ଅବସରରେ ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳରେ ସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲକୁ ଯାଇ ସେ ଛାତ୍ରଛାତ୍ରୀଙ୍କ ସହ ଗୁରୁ ଦିବସ ପାଳନ କରିଛନ୍ତି । ସ୍କୁଲରେ ଆୟୋଜିତ ଏକ ସଭାରେ ସେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ଭଲ ମଣିଷଟିଏ ହେବାକୁ କହିଥିଲେ । ଜୀବନରେ ଗୁରୁଙ୍କ ଭୂମିକା କେତେ ଯେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ସେନେଇ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।

ଅନ୍ୟପଟେ ଆଗାମୀ ଦିନରେ କଲେଜ ଗୁଡିକର ଭିତ୍ତିଭୂମିର ବିକାଶ କରାଯିବ ବୋଲି ସେ ସୂଚନା ଦେଇଥିଲେ । ନିକଟ ଅତୀତରେ ରାଜ୍ୟ ସରକାର ୧ ହଜାର ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିବାର ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଟେକ୍ନୋଲୋଜିର କିପରି ବ୍ୟବହାର ହୋଇପାରିବ ଓ ସ୍ମାର୍ଟ ସ୍କୁଲ, ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀର ବ୍ୟବସ୍ଥା ଅଧିକରୁ ଅଧିକ ହୋଇପାରିବ ସେନେଇ ଚେଷ୍ଟା ଚାଲିଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ- ଚାରମାଳରେ ହାତୀ ଉପଦ୍ରବ, ଧାନ କ୍ଷେତରେ ପଶି ଫସଲ କଲେ ନଷ୍ଟ

ଗୁରୁ ଦିବସକୁ ପ୍ରତିଟି ଅନୁଷ୍ଠାନରେ ପାଳନ କରାଯାଉଛି । ଗୁରୁଙ୍କ ବିନା ଜୀବନରେ କେହି କେବେ ସଫଳ ହୋଇନାହାନ୍ତି । ଜୀବନର ପ୍ରତି କ୍ଷଣରେ ଯାହାଙ୍କଠୁ କିଛି ଶିଖିବାକୁ ମିଳେ ସେ ଗୁରୁ ପାଲଟି ଯାଆନ୍ତି । ଜୀଇଁବାର ମାନେ ହେଉ କି ଜ୍ଞାନ ସବୁଠି ତିଆରି ହୁଏ ଗୁରୁ ଶିକ୍ଷ୍ୟର ସୁସମ୍ପର୍କ । ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି । ଜୀବନର ପ୍ରଥମ ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ । ଈଶ୍ବରଙ୍କ ଅନ୍ୟ ରୂପ ଗୁରୁ ।

ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । ଶାସନ ଅନୁଶାସନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁ । ବାପା ମାଆଙ୍କ ପରେ ଜୀବନରେ ଯିଏ ଶିକ୍ଷା ଦିଅନ୍ତି ସେ ହେଲେ ଗୁରୁ । ଗୁରୁ ହେଉଛନ୍ତି ସ୍ବୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କର ଚଳନ୍ତି ପ୍ରତିମା । ସେଇଥି ପାଇଁ ତ କୁହନ୍ତି, 'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର'।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.