ETV Bharat / city

ବଡ ଭାଇ ଓ ପୁତୁରାକୁ ହତ୍ୟା କରି ପାଇଖାନା ଟାଙ୍କିରେ ପକାଇଲା ସାନ ଭାଇ, ବଞ୍ଚିଗଲା ଭାଉଜ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ଭାଇ ଓ ପୁତୁରାର ଜୀବନ ନେଲା ସାନ ଭାଇ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଲଡିହି ଗାଁ କିସାନ ପଡାରେ। ଅଧିକ ଖବର ପଢନ୍ତୁ...

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଓ ପୁତୁରାର ମୃତ୍ୟୁ

author img

By

Published : Aug 11, 2020, 4:39 PM IST

ସମ୍ବଲପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ଭାଇ ଓ ପୁତୁରାର ଜୀବନ ନେଲା ସାନ ଭାଇ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଲଡିହି ଗାଁ କିସାନ ପଡାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ ଭାଇ ଦିଲ୍ଲୀପ ମାଝୀ, ପୁତୁରା ବିଶ୍ବେଶ୍ବର ମାଝୀ ଓ ଭାଉଜ ସରିତା ମାଝୀକୁ ସାନ ଭାଇ ଗତ ରବିବାର ସନ୍ଧ୍ୟାରେ ଟାଙ୍ଗିଆରେ ହାଣି ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରର ପାଇଖାନା ଟାଙ୍କିରେ ପକାଇ ଦେଇଥିବା ଅଭିଯୋଗ ହୋଇଛି।

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଓ ପୁତୁରାର ମୃତ୍ୟୁ

ଆଜି ସକାଳୁ ଗାଁର କିଛି ଲୋକ ପାଇଖାନା ଟାଙ୍କିରେ କିଛି ଶବ୍ଦ ଶୁଣି ପାଇଖାନା ଟାଙ୍କି ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ ଆସି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଅଭିଯୁକ୍ତଙ୍କ ବଡ ଭାଇ ଓ ପୁତୁରା ମୃତ ଅବସ୍ଥାରେ ମିଳିଥିବାବେଳେ ତାଙ୍କ ଭାଉଜ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ତାଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି।

ଏହି ଘଟଣା ନେଇ ଗୋବିନ୍ଦପୁର ପୋଲିସ ଅଭିଯୁକ୍ତ ସାନ ଭାଇକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.