ETV Bharat / city

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ - ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର ଗସ୍ତରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଆଜି ସେ ସମ୍ବଲପୁର ଗସ୍ତରେ ଆସି ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଏକ ବୈଠକ କରି ଶିକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ

author img

By

Published : May 18, 2022, 10:49 PM IST

ସମ୍ବଲପୁର : ସମ୍ବଲପୁରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଆଜି ସମ୍ବଲପୁର ପାନ୍ଥ ନିବାସସ୍ଥିତ ସମ୍ମିଳନୀ କକ୍ଷରେ ଶିକ୍ଷା ମନ୍ତ୍ରୀ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ସମ୍ବଲପୁର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଇଓ ଓ ବିଇଓ ମାନଙ୍କ ସହ ଶିକ୍ଷା ମନ୍ତ୍ରୀ ଏହି ସମୀକ୍ଷା ବୈଠକ କରିଛନ୍ତି ।

କୋଭିଡ ପାଇଁ ୨ବର୍ଷ ଭଲ ଭାବରେ ପାଠ ପଢା ହୋଇନଥିବାରୁ ବର୍ତ୍ତମାନ ଖରା ଛୁଟି ରଦ୍ଦ କରି ପାଠ ପଢା ହେଉଥିବା ବେଳେ ଏହା କିପରି ଭାବରେ ଚାଲିଛି ସେନେଇ ଆଲୋଚନା ହୋଇଛି । ଏହାସହ ଆଗାମୀ ଜୁନ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଥିବା ୫-ଟି ସ୍କୁଲ ଗୁଡିକ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା ।

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ

ଏହି ଆଲୋଚନାରେ ଆଦର୍ଶ ସ୍କୁଲ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା । ସମ୍ବଲପୁର ଜିଲ୍ଲାରେ ଗତଥର ୯୩୨ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଇ ପାରିଲେ ନାହିଁ ସେନେଇ ମଧ୍ୟ ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏହାସହ ଶିକ୍ଷା କ୍ଷେତ୍ରରେ ସମ୍ବଲପୁର ଜିଲ୍ଲା ପଛରେ ଥିବାରୁ ଆଗକୁ ଏଥିରେ କିପରି ସୁଧାର ଆସିବ, ସେନେଇ ମଧ୍ୟ ବିଷଦ ଭାବେ ଆଲୋଚନା ହୋଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.