ETV Bharat / city

ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ଦାବି ନେଇ ଜିଲ୍ଲା ଓକିଲ ସଂଘର ବାଇକ୍ ରାଲି - ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ଦାବି

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ଦାବି ନେଇ ଗର୍ଜିଛି ଜିଲ୍ଲା ଓକିଲ ସଂଘ(Bike rally of the district bar association ) । ଏନେଇ ଆଜି ଓକିଲ ସମୂହ ପକ୍ଷରୁ ଏକ ବାଇକ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ଦାବି ନେଇ ଜିଲ୍ଲା ଓକିଲ ସଂଘର ବାଇକ୍ ରାଲି

author img

By

Published : Sep 27, 2022, 9:15 AM IST

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ଦାବି କରିଛି ଜିଲ୍ଲା ଓକିଲ ସଂଘ(Bike rally of the district bar association ) । ଏନେଇ ଆଜି ଓକିଲ ସମୂହ ପକ୍ଷରୁ ଏକ ବାଇକ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା 28 ତାରିଖରେ ଭୁବନେଶ୍ୱରରେ ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ଦାବି ନେଇ ଜିଲ୍ଲା ଓକିଲ ସଂଘର ବାଇକ୍ ରାଲି

ତେବେ ଏହା ପୂର୍ବରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର 500 ସଦସ୍ୟଙ୍କୁ ନେଇ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ବିଶାଳ ଶୋଭଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ 28 ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ନାଗରିକ କ୍ରିୟାନୁଷ୍ଠାନ କମିଟି ପ୍ରତିବାଦ ଦିବସ ପାଳନ କରିବ । ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ଏହି ଆନ୍ଦୋଳନରେ ଯୋଗ ଦେବାକୁ ଅପିଲ କରିବା ଉଦ୍ଦେଶ୍ୟରେ ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ବାଇକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଆଜି ଅପରାହ୍ନରେ ଜିଲ୍ଲା ଓକିଲ ସଂଘର ସଦସ୍ୟମାନେ କଚେରୀ ଛକ ନିକଟରେ ହାଇକୋର୍ଟ ପ୍ରତିଷ୍ଠା ଦାବି ନେଇ ବ୍ୟାନର ଓ ପୋଷ୍ଟର ଧରି ପ୍ରଥମେ ପ୍ରତିବାଦ କରିଥିଲେ । ଏହାପରେ କଚେରୀ ଛକରୁ ଏକ ବାଇକ ଶୋଭଯାତ୍ରା ବାହାରି ସମ୍ବଲପୁର ସହର ପରିକ୍ରମା କରିବା ସହ କଚେରୀ ଛକରେ ଶେଷ ହୋଇଥିଲା । ଆସନ୍ତା 28ରେ ଭୁବନେଶ୍ୱରରେ ହେବାକୁ ଥିବା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକ୍ରମ ତଥା ସମ୍ବଲପୁରରେ ହେବାକୁ ଥିବା ପ୍ରତିବାଦ ଦିବସ ନେଇ ଲୋକଙ୍କୁ ସଚେତନ କରେଇବା ଏହି ବାଇକ ରେଲିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।

ହାଇକୋର୍ଟ ବ୍ୟାଞ୍ଚ ଆନ୍ଦୋଳନରେ ସାଧରଣ ଜନତା କିପରି ଅଧିକରୁ ଅଧିକ ସାମିଲ ହେବେ ସେନେଇ ଏବେ ଜିଲ୍ଲା ଓକିଲ ସଙ୍ଘ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରିବାର ପ୍ରକ୍ରିୟା ଜାରି ରଖିଛି (demanding for establishment of a High Court bench in Sambalpur)। ତେବେ ଏହାଦ୍ୱାରା ଆଗକୁ ହେବାକୁ ଥିବା ବଡ଼ ଧରଣର ଆନ୍ଦୋଳନ ପାଇଁ ଏହା ଏକ ପ୍ରସ୍ତୁତି ବୋଲି ଚର୍ଚ୍ଚା ହେଉଛି । ମିଳିତ କ୍ରିୟାନୁଷ୍ଠାନ କମିଟି ନିର୍ଦ୍ଦେଶ ଅନୁସାରେ ଏହି ଆନ୍ଦାେଳନ କରାଯିବ।

ଏ ସମ୍ପର୍କରେ ଜିଲ୍ଲା ଓକିଲ ସଂଘର ସଦସ୍ୟ ପ୍ରଦୀପ ବହିଦାର କହିଛନ୍ତି, ''କାହିଁକି ଏ ବାବଦରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚୁପ ରହିଛନ୍ତି ତାହା ଜଣା ପଡୁନାହିଁ । ତେଣୁ ୨୮ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏନେଇ ପ୍ରତିବାଦ ଦିବସ ହେବ । ଏହି ରାଲିରେ ସମ୍ବଲପପୁର ଜନତା ସଚେତନ ହେବେ'' ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.