ETV Bharat / city

ରୋଗୀ ଚିକିତ୍ସାରେ ବିଳମ୍ବ ହେବାରୁ ନର୍ସିଂହୋମରେ ଗଣ୍ଡଗୋଳ, 2 ଅଟକ

ରୋଗୀ ଚିକିତ୍ସାରେ ଅବହେଳା ଅଭିଯୋଗ କରି ସମ୍ପର୍କୀୟଙ୍କ ଗଣ୍ଡଗୋଳ । ନର୍ସିଂହୋମ କର୍ମଚାରୀଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏନେଇ ବୁର୍ଲା ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଛି ।

author img

By

Published : Oct 16, 2020, 12:10 PM IST

ରୋଗୀ ଚିକିତ୍ସାରେ ବିଳମ୍ବ ହେବାରୁ ନର୍ସିଂହୋମରେ ଗଣ୍ଡଗୋଳ

ସମ୍ବଲପୁର: ରୋଗୀ ଚିକିତ୍ସା ଅବହେଳା ଅଭିଯୋଗରେ ଗଣ୍ଡଗୋଳ । ବୁର୍ଲା ସ୍ଥିତ ଏକ ସମଲେଶ୍ବରୀ ନର୍ସିଂହୋମରେ ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସାରେ ବିଳମ୍ବ ହେବାରୁ କର୍ମଚାରୀଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କରିଛନ୍ତି ରୋଗୀ ସମ୍ପର୍କୀୟ । ଏହି ସମୟର ଦୃଶ୍ୟ ନର୍ସିଂ ହୋମରେ ଲାଗିଥିବା ସିସିଟିଭରେ କଏଦ ହୋଇଛି ।

ସେପଟେ ଏହି ଘଟଣାରେ ସମଲେଶ୍ବରୀ ନର୍ସିଂହୋମ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ମାଡପିଟ ଓ ଭଙ୍ଗାରୁଜା କରିଥିବା 2 ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବୁର୍ଲା ପୋଲିସ ।

ସୂଚନା ଅନୁସାରେ ପଡିଆବାହାଲ ଅଞ୍ଚଳର ଦେବୀଦତ୍ତ ମାଝୀ ବିଷ ପିଇ ଗୁରୁତର ଅବସ୍ଥାରେ ବୁର୍ଲା ସମଲେଶ୍ବରୀ ନର୍ସିଂ ହୋମକୁ ଆସିଥିଲେ | ତେବେ ତାଙ୍କର ଚିକିତ୍ସା ବିଳମ୍ବ ହେବାରୁ ତାଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ଭଙ୍ଗାରୁଜା କରିବା ସହ ମାଡପିଟ ଆରମ୍ଭ କରିଥିଲେ ବୋଲି ଥାନାରେ ଏତଲା ଦିଆଯାଇଥିଲା | ଏହି ଘଟଣାରେ ବୁର୍ଲା ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.