ETV Bharat / city

ଜାତୀୟ ରାଜପଥ ଶୀଘ୍ର ମରାମତି ଦାବିରେ 12 ଘଣ୍ଟିଆ ରେଢ଼ାଖୋଲ ବନ୍ଦ - 12 ଘଣ୍ଟିଆ ରେଢ଼ାଖୋଲ ବନ୍ଦ

ରେଢ଼ାଖୋଲ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ରେଢ଼ାଖୋଲରେ ନାଗରିକ କମିଟି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଅଧିକ ପଢନ୍ତୁ

ଜାତୀୟ ରାଜପଥ ଶୀଘ୍ର ମରାମତି ଦାବିରେ 12 ଘଣ୍ଟିଆ ରେଢ଼ାଖୋଲ ବନ୍ଦ

author img

By

Published : Aug 4, 2022, 9:56 PM IST

ସମ୍ବଲପୁର: ରେଢ଼ାଖୋଲରେ ନାଗରିକ କମିଟି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ରେଢ଼ାଖୋଲ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ସକାଳ ୬ଟା ରୁ ସଂନ୍ଧ୍ୟା ୬ଟା ଯାଏଁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।

ଜାତୀୟ ରାଜପଥ ଶୀଘ୍ର ମରାମତି ଦାବିରେ 12 ଘଣ୍ଟିଆ ରେଢ଼ାଖୋଲ ବନ୍ଦ

ସୂଚନା ଅନୁସାରେ, ସମ୍ବଲପୁର- ଅନୁଗୋଳ ୫୫ନମ୍ବର ଜାତୀୟ ରାଜପଥର ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ପୁରୁଣା ରାସ୍ତା ମରାମତି ହେଉନଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହାକୁ ବିରୋଧ କରି ରେଢାଖୋଲ ନାଗରିକ କମିଟି ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟା ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ, ବଜାର, ଗାଡି ଚଳାଚଳ ବନ୍ଦ ରହିବା ସହ ସ୍କୁଲ କଲେଜ ସମସ୍ତ ସରକାରୀ ବେସରକାରୀ ଅଫିସ୍ ବନ୍ଦ ରହିଥିଲା । ଏହାସହ ପୋଲିସ ପକ୍ଷରୁ ବିଭିନ୍ନ ଛକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବନ୍ଦର ପ୍ରଭାବରେ ସମ୍ବଲପୁର କଟକ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.