ETV Bharat / city

ଭୀମସାରରେ ବିବାଦୀୟ ଅସ୍ତ୍ରୋପଚାର ଘଟଣା, ଜୋର ଧରିଲା ରାଜନୀତି

author img

By

Published : Oct 31, 2019, 6:48 PM IST

ବୁର୍ଲା ଭୀମସାର ମେଡିକାଲରେ ବିବାଦୀୟ ଏଚଆଇଭି ରୋଗୀ ଅସ୍ତ୍ରୋପଚାର ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ବାରମ୍ବାର ବୁର୍ଲା ମେଡିକାଲରେ ଏପରି ବିବାଦୀୟ ପରିସ୍ଥିତି ଉପୁଜିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବଲପୁର ଜିଲ୍ଲାର 2 ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକ ।

ଡିଜାଇନ ଫଟୋ

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରେ ବିବାଦୀୟ ଏଚଆଇଭି ରୋଗୀ ଅସ୍ତ୍ରୋପଚାର ଘଟଣାରେ ସମ୍ବଲପୁରରେ ରାଜନୀତି ଜୋର ଧରିଛି । ବାରମ୍ବାର ବୁର୍ଲା ମେଡିକାଲରେ ଏପରି ବିବାଦୀୟ ପରିସ୍ଥିତି ଉପୁଜିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବଲପୁର ଜିଲ୍ଲାର 2 ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକ ।

ବାରମ୍ବାର ବୁର୍ଲାରେ ଏପରି ଘଟଣା ଘଟିବାର ମୁଖ୍ୟ କାରଣ, ରାଜ୍ୟ ସରକାରଙ୍କ ଅପାରଗତା ବୋଲି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ କହିଛନ୍ତି । ବୁର୍ଲା ମେଡିକାଲରେ କଙ୍ଗାରୁ କୋର୍ଟରେ ରୋଗୀ ସମ୍ପର୍କୀୟ ନିର୍ଯାତନା ଘଟଣା ହେଉ ବା ଏଚଆଇଭି ରୋଗୀ ଅସ୍ତ୍ରୋପଚାର ହେଉ, ଏହା ବୁର୍ଲା ମେଡିକାଲରେ ନେତୃତ୍ବ ନଥିବାରୁ ହୋଇଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ଆଜି ପର୍ଯ୍ୟନ୍ତ ବୁର୍ଲା ମେଡିକାଲରେ ନିର୍ଦ୍ଦେଶକ ପଦବୀ ପୂରଣ କରିବାରେ ସରକାର ଅକ୍ଷମ ହୋଇଥିବାରୁ ଏହି ସବୁ ଘଟଣା ଘଟୁଛି ବୋଲି ସେ କହିଛନ୍ତି । କେବଳ ବୁର୍ଲା ନୁହେଁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ସମସ୍ତ ସରକାରୀ ଚିକିତ୍ସାଳୟରେ ଏପରି ଅବ୍ୟବସ୍ଥା ଲାଗି ରହିଥିବା କହି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ସମ୍ବଲପୁରର ଏହି 2 ବିଜେପି ବିଧାୟକ ।

ବୁର୍ଲା ଭୀମସାର ବିବାଦୀୟ ଅସ୍ତ୍ରୋପଚାର ଘଟଣା, ଜୋର ଧରିଲା ରାଜନୀତି

ଏହି ସମସ୍ୟାକୁ ନେଇ ଆଗାମୀ ବିଧାନସଭା ଅଧିବେଶନରେ ପ୍ରଶ୍ନ କରାଯିବ ବୋଲି ଜୟନାରାୟଣ କହିଛନ୍ତି । ଏହାସହ ବୁର୍ଲା ମେଡିକାଲରେ ହୋଇଥିବା କଙ୍ଗାରୁ କୋର୍ଟ ଘଟଣା ଅତି ନିନ୍ଦନୀୟ ଓ ଏନେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ ଦର୍ଶାଇଛନ୍ତି । ସେହିପରି କେବଳ ଘଟଣାର ତଦନ୍ତ ଚାଲିଥିବା କହି ପ୍ରଶାସନ ସମୟ ଗଡାଇ ଚାଲିଥିବାର ଅଭିଯୋଗ କରିଛନ୍ତି ରେଙ୍ଗାଲୀ ବିଧାୟକ ନାଉରୀ ନାଏକ । ତେବେ ଏହି ଘଟଣାରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଉ ଯେପରି କି ଏହାର ପୁନରାବୃତ୍ତି ହେବ ନାହିଁ ବୋଲି କହିଛନ୍ତି ନାଉରୀ ନାଏକ ।

ସୂଚନା ଥାଉକି, ବୁର୍ଲା ଭୀମସାର ମେଡିକାଲ ବିବାଦୀୟ ଏଚଆଇଭି ରୋଗୀ ଅସ୍ତ୍ରୋପଚାର ଘଟଣାରେ ଆଜି(ଗୁରୁବାର) ସନ୍ଧ୍ୟା ସୁଦ୍ଧା ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲର ଅଧୀକ୍ଷକ ଲାଲ ମୋହନ ନାଏକ । ଏଥିପାଇଁ ସମସ୍ତ ପକ୍ଷଙ୍କୁ ପଚରାଉଚରା କରାଯାଉଛି ବୋଲି ସେ କହିଛନ୍ତି । ଏହି ବିବାଦୀୟ ଘଟଣା ଲୋକଲୋଚନକୁ ଆସିଲା ପରେ ଗତକାଲି(ବୁଧବାର) ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ର ବିବାଦୀୟ ଏଚ ଆଇ ଭି ରୋଗୀ ଅସ୍ତ୍ରୋପଚାର ଘଟଣା ନେଇ ଆଜି ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ରାଜ୍ୟ ସରକାର ଙ୍କ ଠାରେ ଦାଖଲ ହୋଇପାରେ।ଏମିତି ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲ ର ଅଧୀକ୍ଷକ ଲାଲ ମୋହନ ନାଏକ। ଏହି ବିବାଦୀୟ ଘଟଣା ଲୋକଲୋଚନକୁ ଆସିଲା ପରେ ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ତେବେ ଏହି ଘଟଣା ପରେ ସମ୍ବଲପୁର ରେ ରାଜନୀତି ଜୋର ଧରିଛି। ବାରମ୍ବାର ବୁର୍ଲା ମେଡିକାଲ ରେ ଏପରି ବିବାଦୀୟ ପରିସ୍ଥିତି ଉପୁଜିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବଲପୁର ର 2 ବିଜେପି ବିଧାୟକ ଜୟନାରାୟନ ମିଶ୍ର ଓ ନାଉରୀ ନାଏକ।

Body:ସମ୍ବଲପୁର ବୁର୍ଲା ଭୀମସାର ରେ ହୋଇଥିବା ଏଚ ଆଇ ଭି ରୋଗୀ ଅସ୍ତ୍ରୋପଚାର ଘଟଣା ନେଇ ଆଜି ଗୁରୁବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ରାଜ୍ୟ ସରକାରଙ୍କ ପାଖରେ ଦାଖଲ ହୋଇପାରେ।ଏମିତି ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲ ର ଅଧିକ୍ଷକ ଲାଲ ମୋହନ ନାଏକ। ଏଥିପାଇଁ ସମସ୍ତ ପକ୍ଷକୁ ପଚରା ଉଚରା କରାଯାଉଛି ବୋଲି ସେ କହିଛନ୍ତି। ତେବେ ଏହି ଘଟଣା ନେଇ ଏବେ ରାଜନୀତି ଜୋର ଧରିଛି। ବରମ୍ଭାର ବୁର୍ଲାରେ ଏପରି ଘଟଣା ଘଟିବାର ମୁଖ୍ୟ କାରଣ ରାଜ୍ୟ ସରକାରଙ୍କ ଅପାରଗତା ବୋଲି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟନ ମିଶ୍ର ଓ ରେଙ୍ଗାଲୀ ର ବିଜେପି ବିଧାୟକ ନାଉରୀ ନାଏକ କହିଛନ୍ତି। ବୁର୍ଲା ମେଡିକାଲ ରେ କାଙ୍ଗାରୁ କୋର୍ଟରେ ରୋଗୀ ସମ୍ପର୍କୀୟ ନିର୍ଯ୍ୟାତନା ଘଟଣା ହେଉ ବା ଏଚ ଆଇ ଭି ରୋଗୀ ଅସ୍ତ୍ରୋପଚାର ହେଉ ଏହା ବୁର୍ଲା ମେଡିକାଲ ରେ ନେତୃତ୍ୱ ନଥିବାରୁ ହୋଇଛି ବୋଲି ଜୟନାରାୟନ ମିଶ୍ର କହିଛନ୍ତି। ଆଜି ପର୍ଯ୍ୟନ୍ତ ବୁର୍ଲା ମେଡିକାଲ ରେ ନିର୍ଦ୍ଦେଶକ ପଦବୀ ପୂରଣ କରିବାର ସରକାର ଅକ୍ଷମ ହୋଇଥିବାରୁ ଏହି ସବୁ ଜିନିଷ ଘଟୁଛି ବୋଲି ଜୟ ନାରାୟଣ କହିଛନ୍ତି ।କେବଳ ବୁର୍ଲା ନୁହେଁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ସମସ୍ତ ସରକାରୀ ଚିକତ୍ସାଳୟ ରେ ଏପରି ଅବ୍ୟବସ୍ଥା ଲାଗି ରହିଥିବା କହି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ସମ୍ବଲପୁର ର ଏହି 2 ବିଜେପି ବିଧାୟକ।

Conclusion:ଏଥପାଇଁ ଏହି ସମସ୍ୟା କୁ ନେଇ ଅଗାମୀ ବିଧାନସଭା ଅଧିବେଶନରେ ପ୍ରଶ୍ନ କରାଯିବ ବୋଲି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟନ ମିଶ୍ର କହିଛନ୍ତି।ବୁର୍ଲା ମେଡିକାଲ ରେ ହୋଇଥିବା କାଙ୍ଗାରୁ କୋର୍ଟ ଘଟଣା ଅତି ନିନ୍ଦନୀୟ ଓ ଏନେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ଜୟନାରାୟନ ମିଶ୍ର କହିଛନ୍ତି ।ଏହା ସହ ବୁର୍ଲା ମେଡିକାଲ ର ଡାକ୍ତର ମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥର ସଂଘର୍ଷ ରେ ସାଧାରଣ ରୋଗୀ ପେଷି ହେଉଥିଭା ଜୟନାରାୟନ କହିଛନ୍ତି।କେବଳ ଘଟଣା ତଦନ୍ତ ଚଳିଥିବା କହି ପ୍ରଶାସନ ସମୟ ଗଡାଇ ଚଳିଥିବାର ର ଅଭିଯୋଗ କରିଛନ୍ତି ରେଙ୍ଗାଲୀ ବିଧାୟକ ନାଉରୀ ନାଏକ।ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଉ ଯେପରି କି ଏମିତି ଘଟଣା ର ପୁନରାବୃତ୍ତି ନହେଉ ବୋଲି କହିଛନ୍ତି ନାଉରୀ ନାଏକ।

ବାଇଟ-1-ଜୟନାରାୟନ ମିଶ୍ର, ବିଧାୟକ, ସମ୍ବଲପୁର।
ବାଇଟ-2-ନାଉରୀ ନାଏକ, ବିଧାୟକ, ରେଙ୍ଗାଲୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.