ETV Bharat / city

ଶୀତଳଷଷ୍ଠୀ ଯାତ୍ରା: କନ୍ୟାଘର ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି - ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ଶୀତଳଷଷ୍ଠୀ ପାଇଁ ଏବେଠୁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ଦୀର୍ଘ ଦୁଇ ବର୍ଷ ପରେ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ପୁଣିଥରେ ବେଶ ଧୁମଧାମରେ ଆୟୋଜିତ ହେବ । ଏନେଇ କନ୍ୟାଘର ପକ୍ଷରୁ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଅଧିକ ପଢ଼ନ୍ତୁ

bride side preparation for sambalpur shitalshasthi yatra
ଶୀତଳଷଷ୍ଠୀ ଯାତ୍ରା: କନ୍ୟାଘର ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି
author img

By

Published : May 29, 2022, 12:14 PM IST

ସମ୍ବଲପୁର: ପବିତ୍ର ଶୀତଳଷଷ୍ଠୀ ପାଇଁ ଏବେଠୁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ଦୀର୍ଘ ଦୁଇ ବର୍ଷ ପରେ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ପୁଣିଥରେ ବେଶ ଧୁମଧାମରେ ଆୟୋଜିତ ହେବ । ଏନେଇ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତା ଜୁନ ୪ ତାରିଖରେ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ପାର୍ବତୀଙ୍କ ପିତାମାତା ହୋଇଥିବା ଦମ୍ପତ୍ତି ଗିରିଷ ପଟେଲ ଓ ହଂସା ପଟେଲଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ଶୀତଳଷଷ୍ଠୀ ଯାତ୍ରା: କନ୍ୟାଘର ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି

ଗିରିଷ ପଟେଲ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟିର କନ୍ୟା ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିବାହ ପାଇଁ କନ୍ୟାଘର ପକ୍ଷରୁ ସମସ୍ତ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଦେବ ଦମ୍ପତ୍ତିଙ୍କ ବାହାଘର ସମ୍ପୂର୍ଣ୍ଣ ମାନବୀୟ ରୀତିନୀତିରେ ହେଉଥିବାରୁ ସପରିବାର ସବୁ ବିବାହ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ପାଟ ଶାଢ଼ୀ, କଂସା ବାସନ, ସୁନା ଗହଣାଠାରୁ ଆରମ୍ଭ କରି କନ୍ୟା ବିବାହ ପାଇଁ ଯାହାକିଛି ଦରକାର ସବୁ କିଣା ସରିଛି । ଯୌତୁକ ପାଇଁ ମଧ୍ୟ ସବୁ କିଛି କିଣା ସାରିଲାଣି ।

କେବଳ ସେତିକି ନୁହେଁ, ଜ୍ଞାତି କଟୁମ୍ବ, ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ ସାରିଲାଣି । ଗିରିଷ ପଟେଲଙ୍କ ପରିବାର ଗୁଜୁରାଟୀ ହୋଇଥିବାରୁ ଏଥର ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାର ଦେବ ବିବାହରେ ଓଡ଼ିଆ ଓ ଗୁଜୁରାଟୀ ବିବାହ ପରମ୍ପରାର ଝଲକ ଦେଖିବାକୁ ମିଳିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.