ETV Bharat / city

ଲିଖିତ ପ୍ରତିଶୃତି ପରେ ରେଳରୋକରୁ ଓହରିଲା BJP - sambalpur bjp

ସମ୍ବଲପୁରରେ ରେଳବିଭାଗର ଲିିଖିତ ପ୍ରତିଶୃତି ପରେ ରେଳ ରୋକ ନିଷ୍ପତ୍ତିରୁ ଓହରିଲା BJP । ଦାବି ମଧ୍ୟରୁ କିଛି ଦାବି ପୂରଣ ହେବା ନେଇ ସହମତି ପ୍ରଦାନ କଲେ ରେଲବାଇ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ଲିଖିତ ପ୍ରତିଶ୍ରୁତି ମିଳିବା ପରେ ରେଳ ରୋକରୁ ଓହରିଲା BJP

author img

By

Published : Oct 18, 2021, 7:12 PM IST

ସମ୍ବଲପୁର: ଦାବି ମାନିବାକୁ ଲିଖିତ ପ୍ରତିଶୃତି ଦେବା ପରେ ରେଳରୋକ ଆନ୍ଦୋଳନରୁ ଓହରିଛି ବିଜେପି । ସମ୍ବଲପୁର ରେଙ୍ଗାଲି ଷ୍ଟେସନରେ 6ଟି ଟ୍ରେନର ପୁନଃରହଣି ଦାବି ନେଇ ଆଜି ରେଙ୍ଗାଲି ମଣ୍ଡଳ BJP ପକ୍ଷରୁ ରେଳରୋକ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଥିଲା । ତେବେ ଆଜି ଦଳୀୟ କର୍ମକର୍ତ୍ତା ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ ରେଳବାଇ କର୍ତ୍ତୃପକ୍ଷ । ଆଲୋଚନା ପରେ ରେଳ ବିଭାଗ ପକ୍ଷରୁ 3ଟି ଟ୍ରେନ ରହଣୀ ପାଇଁ ପ୍ରତିଶ୍ରୁତି ପତ୍ର ଦିଆଯାଇଛି । ଲିଖିତ ପ୍ରତିଶୃତି ପାଇବା ପରେ ରେଳ ରୋକ ନିଷ୍ପତ୍ତିରୁ ଓହରିଛି ବିଜେପି ।

ଲିଖିତ ପ୍ରତିଶ୍ରୁତି ମିଳିବା ପରେ ରେଳ ରୋକରୁ ଓହରିଲା BJP

କୋଭିଡ ଆସିବା ପରଠାରୁ ଦୀର୍ଘ ୨ ବର୍ଷ ହେବ ରେଙ୍ଗାଲିରେ ପ୍ରାୟ 6ଟି ଯାତ୍ରୀବାହୀ ଟ୍ରେନର ରହଣିକୁ ବାତିଲ କରାଯାଇଥିଲା। ତେଣୁ ବିଭିନ୍ନ ସମୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ରେଙ୍ଗାଲି ଅଞ୍ଚଳଟି ଗୋଟେ ଶିଳ୍ପ ବହୁଳ ଅଞ୍ଚଳ ହୋଇଥିବାବେଳେ ଏହି ଷ୍ଟେସନ ଉପରେ ରେଙ୍ଗାଲି ବ୍ଲକର 16ଟି ପଞ୍ଚାୟତବାସୀଙ୍କ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର କର୍ମଚାରୀମାନେ ଯାତାୟତ ପାଇଁ ନିର୍ଭର କରନ୍ତି ।

ତେବେ କୋଭିଡ କଟକଣା ଜାରି ହେବା ପରଠାରୁ ଏଠାରେ ଅଟକୁଥିବା 6ଟି ଟ୍ରେନର ରହଣିକୁ ବାତିଲ କରାଯାଇଛି । ଏହି ଟ୍ରେନ ଗୁଡ଼ିକର ପୁନଃରହଣି ଦାବି କରି ଆଜି ରେଳରୋକ କରାଯିବା ନେଇ ଗତ ୧୬ ତାରିଖରେ ରେଙ୍ଗାଲି ବିଜେପି ମଣ୍ଡଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ତେବେ ଆଜି ରେଳବାଇ ପକ୍ଷରୁ ଲିିଖିତ ପ୍ରତିଶୃତି ପରେ ନିଷ୍ପତ୍ତି ବଦଳାଇଛି ବିଜେପି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.