ସମ୍ବଲପୁର: ଜିଲ୍ଲାରେ ଲାଗିଲା ଲିଚୁ ଉପରେ ରୋକ । ବିହାର ରାଜ୍ୟରେ ଲିଚୁ ଯୋଗୁଁ ଏନସେଫାଲାଇଟିସ୍ ସଂକ୍ରମଣ ହେଉଥିବା ଚର୍ଚ୍ଚା ହେବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏପରି ପଦକ୍ଷେପ ନେଇଛି ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ ପରେ ସମ୍ବଲପୁର ସିଡିଏମଓ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଚିଠି କରିଛନ୍ତି ।
ଚିଠିରେ ବର୍ତ୍ତମାନ ପରିସ୍ଥିତିରେ ଲିଚୁ ନଖାଇବା ପାଇଁ ସଚେତନତା କରାଯିବାକୁ ସ୍ପଷ୍ଟ ଭାବେ କୁହାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଲୋକଙ୍କୁ ଲିଚୁ ନ ଖାଇବାକୁ ସଚେତନ କରିବାକୁ ଏଥିରେ ଦର୍ଶାଯାଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଏମିତି କୌଣସି ଏନସେଫାଲାଇଟିସ୍ ରୋଗୀ ଚିହ୍ନଟ ହୋଇନାହିଁ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଏଡିଏମଓ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ