ETV Bharat / city

ୱାର୍କ ଫ୍ରମ ହୋମରେ କୋରୋନା ଯୋଦ୍ଧାଙ୍କ କଥା ଭାବିଲେ ଟେକ୍ନିସିଆନ, ତିଆରି କଲେ ରୋବର୍ଟ ନର୍ସ

author img

By

Published : Oct 1, 2020, 11:00 AM IST

ଏଣିକି କୋଭିଡ ଆକ୍ରାନ୍ତଙ୍କ ଯତ୍ନ ନେବ ରୋବୋଟିକ ନର୍ସ । ରିମୋଟ ଦ୍ବାରା ଚାଳିତ ରୋବର୍ଟ ଏବେ କୋରୋନା ଆକ୍ରାନ୍ତଙ୍କୁ କରିବ ସୁସ୍ଥ । ଲକଡାଉନରେ ୱା ର୍କ ଫ୍ରମ ହୋମରେ କାମ କରୁ ଏପରି କିଛି କଳ୍ପନା କରି ସମ୍ବଲପୁରରେ ଜଣେ ଯୁବକ ତିଆରି କରିଛନ୍ତି ରୋବର୍ଟ ନର୍ସ । ଅଧିକ ପଢନ୍ତୁ...

ୱାର୍କ ଫ୍ରମରେ ରବୋର୍ଟ ନର୍ସ ତିଆରି କଲେ ସମ୍ବଲପୁରର ଯୁବକ

ସମ୍ବଲପୁର: କୋରୋନା ସଂକ୍ରମଣ ଯୋଗୁଁ ମଣିଷ ମଣିଷର ପାଖ ମାଡୁନି । ଡାକ୍ତର ଓ ନର୍ସ ମଧ୍ୟ ଭାଇରସ ଭୟ ଲାଗୁଛି । ଏପରିକି ଅନେକ ସମୟରେ ଚିକିତ୍ସାରେ ଅବହେଳା ଘଟି ଅନେକ ରୋଗୀଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଏକ ରବୋଟିକ ନର୍ସ ତିଆରି କରିଛନ୍ତି ଆଶିଷ ମହାନା । ଯାହା ରିମୋଟ ଦ୍ୱାରା ପରିଚାଳିତ ହୋଇ ପାରୁଛି । ଏହା ଦ୍ୱାରା ଡାକ୍ତର ମଧ୍ୟ ନିଜକୁ ସୁରକ୍ଷିତ ରହି ଏହି ରବୋଟିକ ନର୍ସ ସାହାଯ୍ୟରେ ଚିକିତ୍ସା କରିପାରିବେ ।

ୱାର୍କ ଫ୍ରମ ହୋମରେ କୋରୋନା ଯୋଦ୍ଧାଙ୍କ କଥା ଭାବିଲେ ଟେକ୍ନିସିଆନ, ତିଆରି କଲେ ରୋବର୍ଟ ନର୍ସ

ଆଶିଷ ମହାନା ହେଉଛନ୍ତି ସମ୍ବଲପୁର ଜିଲ୍ଲାର ରମପେଲା ଗାଁର । ଯିଏ କି ସ୍ଥାନୀୟ କମ୍ପାନୀରେ ଏକ ଟେକନିକାଲ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ଲକଡାଉନରେ ୱାର୍କ ଫ୍ରମ କରିବା ସମୟରେ ସେ ଏହି ରବୋର୍ଟ ତିଆରି କରିଛନ୍ତି । ଏହାକୁ ନିର୍ମାଣ କରିବାକୁ ତାଙ୍କୁ ମାତ୍ର ଦେଢ ମାସର ସମୟ ଲାଗିଥିବାବେଳେ ଏଥିପାଇଁ 2 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ତାହା ପୁଣି ଅଦରକାରୀ ପଦାର୍ଥରୁ । ପୁରୁଣା ପ୍ରିଣ୍ଟର ବଡି, ସାଇକେଲ,ପଙ୍ଖାର କିଛି ଯନ୍ତ୍ରାଂଶ,ଫ୍ଲପି ଡିସ୍କ କଭର ଓ ଆଲୁମିନିୟମ ତାରରେ ଗଢି ଉଠିଛି ତାଙ୍କର ଏହି ରୋବର୍ଟ ନର୍ସ ।

ରବୋଟିକ ନର୍ସରେ 360 ଡିଗ୍ରୀ ପର୍ଯ୍ୟନ୍ତ ବୁଲି ପାରୁଥିବା ଏକ କ୍ୟାମେରା ଲାଗିଛି । ମାଇକ୍ରୋଫୋନ, ସ୍ପିକର, ଡଷ୍ଟବିନ, ୱାଇପର ରହିଛି । ଯଦ୍ବାରା ସେ ହସ୍ପିଟାଲ ପରିସର ପରିଷ୍କାର ରଖିବାରେ ମଧ୍ୟ କାମ କରିପାରିବ । ଏଥିସହ ରବୋର୍ଟ ନିଜକୁ ନିଜେ ସାନିଟାଇଜ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଡାକ୍ତରଙ୍କ ଅନୁପସ୍ଥିତିରେ ମଧ୍ୟ ରବୋର୍ଟ ରୋଗୀଙ୍କ ନିକଟ ଆସି ସେମାନଙ୍କୁ ଔଷଧ ଓ ପାନୀୟ ପହଞ୍ଚାଇ ସହ ସବୁ କିଛି ନଜର ରଖିପାରିବ । ତେଣୁ ଏହାକୁ କୋଭିଡ ଚିକିତ୍ସାରେ ଲଗାଯାଇ ପାରିବ ବୋଲି ଆଶିଷ କୁହନ୍ତି ।12 ଭୋଲଟ ବ୍ୟାଟେରୀ ରବୋର୍ଟ ନର୍ସ ସୂର୍ଯ୍ୟକିରଣ ଦ୍ବାରା ଚାର୍ଜ କରାଯାଇଥାଏ । ଏହାକୁ ଆହୁରି ଅତ୍ୟାଧୁନିକ କଲେ ଏହା ପୋଲିସ, ଅଗ୍ନିଶମ ବିଭାଗ ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ହୋଇପାରିବ । ରବୋର୍ଟ ନର୍ସ 15 କେଜି ପର୍ଯ୍ୟନ୍ତ ଓଜନ ବହନ କରି ପାରୁଥିବା ବେଳେ ଏହା 3 କିମି ପର୍ଯ୍ୟନ୍ତ ପରିଚାଳିତ ହୋଇପାରିବ। ତେବେ ଏହାକୁ ଆହୁରି ଅତ୍ୟାଧୁନିକ କଲେ ଏହା ପୋଲିସ, ଅଗ୍ନିଶମ ବିଭାଗ ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ହୋଇପାରିବ ।

ବର୍ତ୍ତମାନ କେନ୍ଦ୍ର ସରକାର ମେକ ଇନ ଇଣ୍ଡିଆ ଓ ଆତ୍ନନିର୍ଭରକୁ ପ୍ରୋତ୍ସାହନ ଦେଉଥିବା ବେଳେ ଆଶିଷ ଙ୍କ ଏହି ଉଦ୍ଭାବନ କୁ ପ୍ରୋତ୍ସାହନ ଦେଲେ ଏହା ସମ୍ପ୍ରତି ପରିସ୍ଥିତିର ଏହା ମୁକାବିଲାରେ ସହାୟକ ହୋଇପାରିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.