ETV Bharat / city

3 ଜିଲ୍ଲାରେ 60 ଲକ୍ଷ ଚାରା ଲଗାଇବ ସମ୍ବଲପୁର ବନ ବିଭାଗ

author img

By

Published : Jul 13, 2020, 10:42 AM IST

ଶିଳ୍ପାୟନ ହେଉ କିମ୍ବା ରାସ୍ତା ପ୍ରଶସ୍ତିକରଣ ପାଇଁ ସମ୍ବଲପୁର, ବରଗଡ ଓ ଝାରସୁଗୁଡାରେ ଲକ୍ଷ ଲକ୍ଷ ବୃକ୍ଷ କାଟି ଦିଆଯାଇଛି । ଏହାର ପ୍ରଭାବ ପରିବେଶ, ପ୍ରଦୂଷଣ ଓ ବନ୍ୟଜନ୍ତୁଙ୍କ ପଡୁଛି । ଯାହା ଫଳରେ ବନ ବିଭାଗର ଗ୍ରୀନ ମହାନଦୀ ଅଭିଯାନରେ ଲଗାଯିବ 60 ଲକ୍ଷ ଚାରା । ଅଧିକ ପଢନ୍ତୁ...

3 ଜିଲ୍ଲାରେ 60 ଲକ୍ଷ ଚାରା ଲଗାଇବ ସମ୍ବଲପୁର ବନ ବିଭାଗ
3 ଜିଲ୍ଲାରେ 60 ଲକ୍ଷ ଚାରା ଲଗାଇବ ସମ୍ବଲପୁର ବନ ବିଭାଗ

ସମ୍ବଲପୁର: ବନ ବିଭାଗର ଗ୍ରୀନ ମହାନଦୀ ଅଭିଯାନରେ ଲାଗିବ 60 ଲକ୍ଷ ଚାରା। ଚଳିତ ବର୍ଷ ସମ୍ବଲପୁର-ଝାରସୁଗୁଡା-ବରଗଡ 3 ଜିଲ୍ଲାରେ 60 ଲକ୍ଷ ଚାରା ଲଗାଯିବ। ମାଗଣାରେ ଚାରା ଯୋଗାଇବ ସମ୍ବଲପୁର ବନ ବିଭାଗ। ଏନେଇ ଚାରା ବିତରଣ ଆରମ୍ଭ ହୋଇଯାଇଛି।

ସମ୍ବଲପୁର ତଥା ଝାରସୁଗୁଡ଼ାରେ ଅନେକ ଶିଳ୍ପ ଅନୁଷ୍ଠାନ ଗଢି ଉଠିଛି । 2000 ମସିହା ପର ଠାରୁ ଏହି 2 ଜିଲ୍ଲାରେ ବହୁଗୁଡିଏ ଶିଳ୍ପ ଅନୁଷ୍ଠାନ ଆରମ୍ଭ ହୋଇଥିଲା। ଆଉ ଏହି ଶିଳ୍ପାୟନ ନାଁରେ ବହୁ ଜଙ୍ଗଲ ଓ ଗଛ କାଟି ଦିଆଗଲା। ଯାହା ବର୍ତ୍ତମାନ ମଧ୍ୟ ଜାରି ରହିଛି। ଏପରିକି ବର୍ତ୍ତମାନ ମଧ୍ୟ ରାସ୍ତା ପ୍ରଶସ୍ତିକାରଣ ନାଁ ରେ ସମ୍ବଲପୁର- ବରଗଡ ରାସ୍ତା, ସମ୍ବଲପୁର-ଝାରସୁଗୁଡା ରାସ୍ତା, ସମ୍ବଲପୁର-ଦେବଗଡ଼ ରାସ୍ତା ଓ ସମ୍ବଲପୁର-ଅନୁଗୋଳରେ ଲକ୍ଷ ଲକ୍ଷ ଗଛ କାଟି ଦିଆଗଲା। ଆଉ ଏହାର ପ୍ରଭାବ ପରିବେଶ ,ପ୍ରଦୂଷଣ ଓ ବନ୍ୟଜନ୍ତୁଙ୍କ ଉପରେ ଦେଖାଯାଇଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସମ୍ବଲପୁର ବନ ବିଭାଗ ମହାନଦୀ କୂଳର ଉଭୟ ପାର୍ଶ୍ଵରେ 2 କିମି ଅଞ୍ଚଳକୁ ବନୀକରଣ କରି ଗ୍ରୀନ ଜୋନ ତିଆରି କରିବାକୁ ଲକ୍ଷ ରଖିଛି।

ଏଥିପାଇଁ ସମ୍ବଲପୁର ବରଗଡ ଓ ଝାରସୁଗୁଡା ଜିଲ୍ଲାରେ ଚଳିତ ବର୍ଷ 60 ଲକ୍ଷ ଗଛ ଲଗାଇବାର ଲକ୍ଷ ରଖିଛି। ଏଥିପାଇଁ ସମ୍ବଲପୁରର ବିଭିନ୍ନ ପ୍ରମୁଖ ଛକ ଗୁଡିକରେ ଚାରା ବିତରଣ କେନ୍ଦ୍ର, ଭ୍ରାମ୍ୟମାନ ଚାରା ବିତରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏହା ସହ ନର୍ସରି ଗୁଡିକରେ ମଧ୍ୟ ଚାରା ବିତରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ମହାନଦୀ କୂଳର ଲୋକଙ୍କୁ ମାଗଣାରେ ଚାରା ଦିଆଯାଉଥିବା ବେଳେ ନିଜସ୍ୱ ଜମିରେ ଚାରା ଲଗାଇବାକୁ ସାଧାରଣ ଲୋକଙ୍କୁ 1 ଟଙ୍କାରେ ଗୋଟିଏ ଚାରା ଯୋଗାଇ ଦିଆଯାଇଛି। ଏହା ସହ କୌଣସି ସରକାରୀ ଅନୁଷ୍ଠାନ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡିକୁ ମାଗଣାରେ ଚାରା ବିତରଣ କରାଯାଉଛି। ଏହି ସ୍ଥାନ ଗୁଡିକରେ ପ୍ରତ୍ୟେକ ପ୍ରକାର ଚାରା ଉପଲବ୍ଧ କରାଯାଉଛି। ଏହି କାର୍ଯ୍ୟ ସମ୍ବଲପୁର RCCF ଚିତ୍ତରଞ୍ଜନ ମିଶ୍ର, ସମ୍ବଲପୁର DFO ଡ. ସଞ୍ଜିତ କୁମାର ଙ୍କ ତତ୍ତ୍ବାବଧାନରେ ହେଉଛି।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.