ETV Bharat / city

ଅସୁରକ୍ଷିତ ଗଜରାଜ, କୁଚିଣ୍ଡା ଜମେନକିରା ରେଞ୍ଜରେ 2 ହାତୀଙ୍କ ମୃତଦେହ ଠାବ

author img

By

Published : Oct 6, 2022, 2:06 PM IST

ସମ୍ବଲପରୁ ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜରୁ ମିଳିଲା ଦୁଇ ହାତୀଙ୍କ ମୃତଦେହ (Elephants dead body found)। ମୃତ୍ୟୁର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ବନ ବିଭାଗର ଟିମ କରୁଛି ତଦନ୍ତ । ଅଧିକ ପଢନ୍ତୁ

କୁଚିଣ୍ଡା ଜମେନକିରା ରେଞ୍ଜରେ 2 ହାତୀଙ୍କ ମୃତଦେହ ଠାବ

ସମ୍ବଲପୁର: ରାଜ୍ୟରେ କ୍ରମାଗତ ବଢିବାରେ ଲାଗିଛି ହାତୀ ମୃତ୍ୟୁ ଘଟଣା । ଆଜି ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତିଲେଇମାଲ ଗ୍ରାମ ନିକଟସ୍ଥ ପତରା ଜଙ୍ଗଲ ନିକଟରେ ଦୁଇଟି ହାତୀର ମୃତଦେହ ଠାବ ହୋଇଛି (2 elephants dead body found in sambalpur)। ତେବେ ହାତୀ ଦୁଇଟିର ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ କିଛି ହୋଇପାରିନାହିଁ । ମୃତ ହାତୀଙ୍କ ମଧ୍ୟରେ ଗୋଟିଏ ମାଈହାତୀ ଥିବା ବେଳେ ଅନ୍ୟଟି ଅଣ୍ଡିରା ହାତୀ ରହିଛି । ବନ ବିଭାଗର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀ ଦୁଇଟିର ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ବ୍ୟବସ୍ଥା କରୁଛନ୍ତି ।

ସୂଚନା ଅନୁସାରେ, ଆଜି (ଗୁରୁବାର) ସକାଳୁ ସ୍ଥାନୀୟ ଲୋକ 2ଟି ହାତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଜମନକିରା ଫରେଷ୍ଟ ରେଞ୍ଜ ଅଧକାରୀଙ୍କୁ ସୂଚନା ଦେଇଥିଲେ ଗ୍ରାମବାସୀ । ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ତେବେ ପ୍ରାଥମିକ ସୂଚନା ଅନୁଯାୟୀ ସ୍ଥାନୀୟ କୃଷକମାନେ ନିକଟରେ ରୋଗ ପୋକରୁ ରକ୍ଷା ପାଇଁ ଧାନକ୍ଷେତରେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ । ସେହିଦିନ ରାତିରେ ହିଁ ହାତୀପଲ ଜନବସତି ଆଡକୁ ଆସିଥିଲେ । ତେବେ ଏହି ଧାନ ଗଛ ଖାଇ ବିଷକ୍ରିୟାରେ ଦୁଇଟି ହାତୀ ପ୍ରାଣ ହରାଇଥାଇ ପାରନ୍ତି ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ନେଇ ବନ ବିଭାଗର ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.