ସମ୍ବଲପୁର: ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗତ 3 ଦିନ ଧରି ସମ୍ବଲପୁର ଜିଲ୍ଲାରେ ଦୈନିକ 100ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେବା ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।

କ୍ରମାଗତ ଭାବେ 22 ତାରିଖରେ 145 ଜଣ, 23ରେ 104 ଜଣ ଓ ସୋମବାର ପୁଣି 104 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ କୋରୋନା ଯୋଦ୍ଧା ରହିଛନ୍ତି। ଏମାନଙ୍କ ମଧ୍ୟରେ 53 ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ 51 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଆକ୍ରାନ୍ତମାନେ ସମସ୍ତେ ସମ୍ବଲପୁର ମହାନଗର ନିଗମ, ରେଙ୍ଗାଲି, ମାନେଶ୍ୱର, ନାକଟୀଦେଉଳ, କୁଚିଣ୍ଡା ଓ ବାମରା ଅଞ୍ଚଳର ଅଟନ୍ତି । ସୋମବାର ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2108 ହୋଇଥିବା ବେଳେ 1258 ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ମୋଟ 842 ଆକ୍ଟିଭ କେସ ରହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ