ETV Bharat / city

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା, ବଢି ଚାଲିଛି ପରିବା ଦର

ଚାଷୀର ଅମଳ ସମୟରେ ଅଦିନିଆ ବର୍ଷା ପରିବା କ୍ଷେତକୁ ଉଜାଡି ଦେବା ସହ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି।ଯାହାଫଳରେ ରାଉରକେଲା ସହରରେ ପରିବା ଦର ଆକାଶଛୁଆଁ।ଅଧିକ ଖବର ପଢନ୍ତୁ...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା,ଲମ୍ପ ମାରୁଛି ପରିବାର ଦର
author img

By

Published : Nov 15, 2019, 10:17 AM IST

Updated : Nov 15, 2019, 12:14 PM IST

ରାଉରକେଲା: ବେଲଗାମ ପରିବା ଦର। ଏହାସହ ଦାଉ ସାଜୁଛି ଅଦିନିଆ ବର୍ଷା। ସବୁ ଭିତରେ ନାକେଦମ ହେଉଛି ଚାଷୀ, ଖୁଚୁରା ବେପାରୀ ଓ ଗ୍ରାହକ। ଏପରି ବିଭିନ୍ନ ଅସୁବିଧା କାରଣରୁ ଚଳିତ ବର୍ଷ ଗ୍ରାହକ ତଟକା ପନିପରିବାକୁ ଶସ୍ତା ବା ପକେଟକୁ ସୁହାଇବା ଭଳି ଦରରେ ପାଇ ପାରୁନାହିଁନ୍ତି।

ଚାଷୀର ଅମଳ ସମୟରେ ଅଦିନିଆ ବର୍ଷା ପରିବା କ୍ଷେତକୁ ଉଜାଡି ଦେବା ସହ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଯାହାଫଳରେ ପୁନର୍ବାର ଚାଷକରି ଦୁଇ ପଇସା ରୋଜଗାର ଆଶାରେ ଚାରା ରୋପଣ କରିଛି ଚାଷୀ। ରାଉରକେଲାର ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ନଭେମ୍ବର ମାସ ସୁଦ୍ଧା ଚାଷୀ ବଗିଚାରେ ଯାହାକୁ ଯେତେ ପରିବା ଫଳିଥାଏ। ଏଥିରେ ଚାଷୀ ନିଜର ଗୁଜୁରାଣ ମେଣ୍ଟାଇବା ସହ ବିକ୍ରିବଟା କରିଥାଏ। ସବୁ ବର୍ଷ ଟମାଟୋ ଦର କେଜିକୁ 5, କୋବି 5 ରୁ 8ଟଙ୍କା ରହିବା ସହିତ ଅନ୍ୟ ପରିବାର ଦାମ କମିଯାଏ।

ହେଲେ ଏବର୍ଷ କୋବିର ଦାମ କିଲେ ପ୍ରତି 80 ଟଙ୍କା ରହିଥିବା ବେଳେ 60 ରୁ 40 ଟଙ୍କା ଅନ୍ୟ ପରିବାର ଦର ରହିଛି। ସେଥିମଧ୍ୟରୁ କିଛି ଚାଷୀଙ୍କ ହୋଇଥିବା ଚାଷକୁ ରାଜ୍ୟ ଅନ୍ୟସ୍ଥାନକୁ ରପ୍ତାନୀ କରାଯାଉଛି। ହେଲେ ଗାଁ ଗହଳିରେ ପରିବା ଦର ଆକାଶ ଛୁଆଁ ହେବାସହ ସିଧା ଗୃହିଣୀଙ୍କ ରୋଷେଇ ହାଣ୍ଡିକୁ ମାଡ ଦେଇଛି।

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା,ଲମ୍ପ ମାରୁଛି ପରିବାର ଦର

ଦୁର୍ଗା ପୂଜା ସମୟରେ ଅଦିନିଆ ବର୍ଷାରେ 3 ଥର ପରିବାର ନଷ୍ଟ ହେବା ପରେ ଚାଷୀ ଅନ୍ୟତ୍ର କାମ କରିବା ପାଇଁ ବାହାରି ଗଲେ। ବର୍ତ୍ତମାନ ଯେଉଁ କେତେକ ଚାଷୀ ବିଳମ୍ବରେ ଭଗବାନଙ୍କ ଭରସାରେ ଚାଷ ଆରମ୍ଭ କରିଛନ୍ତି ସେମାନଙ୍କ ଫସଲ ଅମଳ ହେଲେ ଗ୍ରାହକ ସୁଲଭ ଦରରେ ପରିବା ପାଇବେ ବୋଲି ଆଶା।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:exclusive

ରାଉରକେଲା-ରାଉରକେଲା ରେ ଲୋକ ମାନେ ପରିବା ଏହି ବର୍ଷ ଶସ୍ତା ରେ ପାଇବେ ନାହିଁ। କାରଣ ହେଉଛୁ ଯେଉଁଠି ଚାଷ ହୁଏ ସେଠାରେ ପାରିବ ହୋଇ ନାହିଁ। ଅଦିନିଆ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇ ଯାଇ ଥିବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ତଥା ଯେଉଁ ମନ୍ସ ସାହସ କରି ଚାଷ କରିଛନ୍ତି ସେମାନଙ୍କ ପାରିବ ଏକ ଅଂଶ ପରେ ବାହାରିବ।

Body:ନଭେମ୍ବର ମାସ ରେ ଗ୍ରାମୀଣ ଅଂଚଳ ରେ ପାରିବ ମଧ୍ୟ ରେ ଟମାଟୋ 5 ତାଙ୍କ କେଜି,କୋବି 5 ରୁ 8 ତାଙ୍କ ସହିତ ଅନ୍ୟ ପରିବା ର ଦାମ କମି ଯାଏ। କାରଣ ହେଉଛି କୋଲଡ଼ ଷ୍ଟୋର କିଛି କାମ ର ନାହିଁ। ଚାଷ ପ୍ରବଳ ହେଲେ ପାରିବ ଦାମ ଖସି ଯାଏ। କିନ୍ତୁ ଏହି ବର୍ଷ କୋବି ର ଦାମ 80 ଟଙ୍କା ପ୍ରତି କିଲୋ ରହିଥିବା ବେଳେ 60 ରୁ 40 ତାଙ୍କ ରହିଛି ଅନ୍ୟ ପାରିବା ର ଦର। କିଛି ଚାଷୀଙ୍କ ଚାଷ ହେଉଛି ସେମାନଙ୍କ ପକ୍ଷରୁ ରାଜ୍ୟ ଅ ଅନ୍ୟ ଭାଗ କୁ ପାରିବ ଚାଲାଣ ଚାଲିଛି। ସେହି ପାଇଁ ଗାଁ ଗହଳି ବଜାର ରେ ମଧ୍ୟ ପାରିବ ଡର କାମୁ ନାହିଁ ତଥା ରାଉରକେଲା ସେ ପାରିବା ଦର କମିବାର ସମ୍ଭାବନା ନାହିଁ।

Conclusion:ଅଦିନିଆ ବର୍ଷ ଯୋଗୁ ଦୁର୍ଗା ପୂଜା ସମୟ ରେ ଯେଉଁ ଚାଷିପରିବା ଲଗାଇ ଥିଲେ ସବୁ ଅଦିନିଆ ବର୍ଷ ରେ ଖରାପ ହେଲା।3 ଥର ବର୍ଷ ରେ ଚାଷ ଖରାପ ହେବଯୋଗୁଁ ସେମାନେ ନିଜେ ଅନ୍ୟତ୍ର କAମ କରିବା ପାଇଁ ବାହାରି ଗଲେ। ଯେଉଁ ଅନେ ବିଳମ୍ବ ରେ ଚାଷ ଭଗବାନ ଭରସା ରେ ଆରମ୍ଭ କରିଛନ୍ତି ସେମାନେ ଫସଲ ଅମଳ ହେଲେ ଭଲ ଦର ପାଇବେ କିନ୍ତୁ ଗ୍ରାହକ ପାଇଁ ଯାହା ଆଶା କ୍ଯା ଯାଉ ଥିଲା କି ଛାଡ଼ ଖାଇ ପରେ ପାରିବ ଡର ଖସି ଯିବ ତାର ସମ୍ବବନ ନାହିଁ।
ବାଇଟ-ସାନି ଗଉଡ଼,ଗ୍ରାମବାସୀ ଚାଷୀ
ବାଇଟ-ଗଜେନ୍ଦ୍ର ସାହୁ,ଚାଷୀ
Last Updated : Nov 15, 2019, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.