ରାଉରକେଲା: ଭାସି ଯାଉଥିବା ଜଣେ ନାବାଳକକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସୁନ୍ଦରଗଡ଼ ଜିଲ୍ଲାର କମାରପୋଷରେ ଥିବା ପାହାଡ଼ ପାଖ ନାଳରେ କିଛି ଯୁବକ ଗାଧୋଉଥିଲେ । ଏହି ସମୟରେ ପାହାଡ଼ ଉପରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ନାଳକୁ ପାଣି ମାଡି ଆସିଥିଲା । ନାଳରେ ହଠାତ ପାଣି ଆସିଯିବାରୁ ସମସ୍ତେ ଭାସି ଯାଇଥିଲେ । ଯୁବକ ମାନେ କୌଣସି ମତେ ପହଁରି କୂଳକୁ ଫେରି ଆସିଥିବା ବେଳେ ଜଣେ ନାବାଳକ ଭାସିଯାଇଥିଲା ।
ହେଲେ,ସୌଭାଗ୍ୟବଶତଃ ନାଳ ମଝିରେ ଥିବା ଏକ ବୁଦାକୁ ଧରି ନାବାଳକଟି ଅଟକି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ଦମକଳବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନାବାଳକଟିକୁ ଉଦ୍ଧାର କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ